www.samajalive.in
Sunday, December 14, 2025
19.1 C
Bhubaneswar

ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ସଭା

ବଡ଼ମ୍ବା : ଓ୍ଥାନୀୟ ଖରୋଡ଼ସ୍ଥିତ ମା ମହାକାଳୀଙ୍କ ପୀଠରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ଏକ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରତ୍ନାକର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ତଥା ବିଭିନ୍ନ ଜିଲାର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ମୁଖ୍ୟତଃ ଚାକିରୀ ସର୍ତ୍ତାବଳୀ ଏବଂ ଦରମା ବୃଦ୍ଧି ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବାକୁ ଦାବି ସମ୍ପର୍କରେ ଏହି ସଭାରେ ଆଲୋଚନା କରାଯାଇଥିଲା। ସୂଚନାନୁଯାୟୀ ଯଦିଓ ସରକାର ସେମାନଙ୍କ ମାସିକ ଦରମା ୨ଶହ ଟଙ୍କା ବୃଦ୍ଧି କରିଛନ୍ତି ତେବେ ସେମାନଙ୍କ ଚାକିରୀକୁ ନିୟମିତ କରିବାକୁ ସଂଘ ରଖିଥିବା ଦାବି ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସଂଘ ଗ୍ରହଣ କରିବ ନାହିଁ  ଏବଂ ଆବଶ୍ୟକ ହେଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସଂଘ ନିଷ୍ପତ୍ତି ନେଇଥିବା ପ୍ରକାଶ। ଚାକିରୀ ନିୟମିତ କରିବା ଦିଗରେ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଲେ ହୁଏତ ଦରମା ନିଷ୍ପତି ସଂଘ ମାନିନେବ ବୋଲି ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି । ଅନ୍ୟଥା ଗ୍ରାମରକ୍ଷୀ ମାନେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାସହ ଥାନା କିମ୍ବା ଫାଣ୍ଡିରେ କାର୍ଯ୍ୟବନ୍ଦ ନିଷ୍ପିତ୍ତି ଗ୍ରହଣ କରିବେ ବୋଲି ସଂଘ ତରଫରୁ ପ୍ରେସ ଇସ୍ତାହାର ଜରିଆରେ ଚେତାବନୀ ଦିଆଯାଇଛି । ଅନୁଷ୍ଠିତ ବୈଠକରେ ସଂଘର ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ, ସହ ସମ୍ପାଦକ କିଶୋର ଚନ୍ଦ୍ର ମଲ୍ଲିକ, ଉପସଭାପତି ବାମନ ମଲିକ, କାର୍ଯ୍ୟକାରୀ ସଭାପତି ବେଦାନ୍ତ ହରିଜନ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ସବିଶେଷ ଆଲୋଚନା କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories