ମାଟ୍ରିକ ପରୀକ୍ଷା, ସମ୍ବଲପୁର ଜୋନରେ ୧ ଲକ୍ଷ ୨୭ ହଜାର ୯୮୩ ଛାତ୍ରଛାତ୍ରୀ

ସମ୍ବଲପୁର: ଓଡ଼ିଶା ମାଧ୍ୟମିିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୩ ବର୍ଷର ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଛି। ଏଥିରେ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିବସରେ ପରୀକ୍ଷାର୍ଥିୀ ମାନେ ସକାଳ ୭ଟାରେ କେନ୍ଦ୍ରରେ ପହୁଞ୍ôଚବା ପରେ ତନଖି ପରେ ପରୀକ୍ଷା କେନ୍ଦ୍ର ଗୁଡିକରେ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ଗୁଡିକରେ ପରୀକ୍ଷାର୍ଥୀ ମାନଙ୍କୁ ଆଡମିଟ କାର୍ଡ, ପେନ, ପେନସିଲ ଓ ଯନ୍ତ୍ର ବାକ୍ସ ଛଡା ଅନ୍ୟ କୌଣସି ଜିନିଷ ନେବାକୁ ବାରଣ କରାଯାଇଛି।

ଏହି କ୍ରମରେ ସମ୍ବଲପୁର ଶିକ୍ଷା ମଣ୍ଡଳ ଅର୍ନ୍ତଗତ ୯ଟି ଜିଲାର ମାଧ୍ୟମିକ ଶିକ୍ଷା ପରିଷଦ ଅର୍ନ୍ତଗତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି। ଏ ସର୍ମ୍ପକରେ ମାଧ୍ୟମିକ ଶିକ୍ଷା ପରିଷଦ ମଣ୍ଡଳ କାର୍ଯ୍ୟାଳୟର ଉପ ସମ୍ପାଦକ ଦେବରାଜ ରଣା କହିଛନ୍ତି ଯେ, ସମ୍ବଲପୁର ମଣ୍ଡଳରେ ୯ଟି ଜିଲାର ୨୧୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ୭୮୦ଟି କେନ୍ଦ୍ର ଓ ୮୯ଟି ନୋଡାଲ କେନ୍ଦ୍ର ଗୁଡିକରେ ପରୀକ୍ଷା ଦେଉଛନ୍ତି। ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ପ୍ରଶାସନ ତରଫରୁ ମଧ୍ୟ ଅନ୍ୟ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ସମ୍ବଲପୁର ମଣ୍ଡଳରେ ସମୁଦା ୧ ଲକ୍ଷ ୨୭ ହଜାର ୯୮୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ଉପ ସମ୍ପାଦକ ଶ୍ରୀ ରଣା କହିଛନ୍ତି। ସମ୍ବଲପୁର ଶିକ୍ଷା ମଣ୍ଡଳର ୮୯ ନୋଡାଲ କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ଗୁଡିକୁ ଗଚ୍ଛିତ ରଖାଯାଉଥିବା ବେଳେ ସେଠାରେ ୨୪ ଘଣ୍ଟିଆ କଡା ପୁଲିସ ସୁରକ୍ଷାର ବ୍ୟବସ୍ଥା କରାଯାଇଛି।

ସମ୍ବଲପୁର ଜିଲାରେ ୭୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୬ଟି ନୋଡାଲ କେନ୍ଦ୍ର ଓ ୨୦ଟି ଡେସପାଚ ଦଳ ଗଠନ କରାଯାଇଛି। ଏହି ଡେସପାଚ ଦଳ ଗୁଡିକ ଜିଲାର ୭୫ଟି ପରୀକ୍ଷା କେନ୍ଦ୍ର ଗୁଡିକୁ ସକାଳ ୬ଟାରୁ ୭ଟା ମଧ୍ୟରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପହୁଞ୍ଚାଇବାର ଦାୟିତ୍ୱ ଦିଆଯାଇଛି। ଏଥି ସହ ପରୀକ୍ଷା ପରେ ସେଠାରୁ ଉତ୍ତର ଖାତା ଆଣି ନୋଡାଲ କେନ୍ଦ୍ରରେ ପହୁଞ୍ଚଇବା ଦାୟିତ୍ୱ ମଧ୍ୟ ଏହି ଦଳ ଗୁଡିକୁ ଦିଆଯାଇଛି। ସମ୍ବଲପୁର ଜିଲାରେ ୭୫ଟି କେନ୍ଦ୍ରରେ ମାଟ୍ରିକ ୧୧ ହଜାର ୬ ଶହ ୭୩ ଜଣ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରେ ମଧ୍ୟମା ୩୭ ଜଣ ଓ ମୁକ୍ତ ବିଦ୍ୟାଳୟ ଜରିଆରେ ୪୨ ଜଣ ଙ୍କ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିବସରେ ୩୦୪ ଜଣ ମାଟ୍ରିକ, ଜଣେ ମଧ୍ୟମା ଓ ୬ ଜଣ ମୁକ୍ତ ପରୀକ୍ଷାର୍ଥୀ ଙ୍କ ସମେତ ସମୁଦାୟ ୩୧୧ ଜଣ ଅନୁପସ୍ଥିତ ରହିଥିଲେ। ପରୀକ୍ଷାରେ କୌଣସି ପ୍ରକାରର ବିଶୃଙ୍ଖଳାକୁ ରୋକିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୨ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ମୁଖ୍ୟାଳୟ ତରଫରୁ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ଏଥି ସହ ସମସ୍ତ ତହସିଲଦାର ଓ ବିଡିଓ ମାନଙ୍କୁ ସେମାନଙ୍କର ଅଞ୍ଚଳରେ ମାଟ୍ରିକ ପରୀକ୍ଷା କୁ ସୁଚାରୁ ରୂପେ ପରିଚାଳନା ସହିତ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବା ନିମନ୍ତେ ଜିଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି।

Comments are closed.