www.samajalive.in
Sunday, December 14, 2025
26.1 C
Bhubaneswar

ଅଙ୍ଗନୱାଡି କର୍ମୀଙ୍କ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ତରଫରୁ ଅଙ୍ଗନୱାଡି କର୍ମୀ ଙ୍କ ବିଭିନ୍ନ ଦାବି ପୂରଣ ସକାଶେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁକ୍ରବାର ଦାବି ପତ୍ର ପ୍ରଦାନ କରାଯାଇଛି। ସମ୍ବଲପୁର ଜିଲାପାଳ ଙ୍କ ଜରିଆରେ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିସ୍କୃତ ୬ ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ପୁନଃ ନିଯୁକ୍ତି, ସରକାରୀ କର୍ମଚାରୀ ମାନ୍ୟତା, ମାସିକ ୧୮ ହଜାର ଓ ସହାୟିକା ମାନଙ୍କୁ ୨ ହଜାର ଟଙ୍କା ସମେତ ଇପିଏଫ, ଇଏସଆଇସି ଓ ଗ୍ରାଟ୍ୟୁଟି ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀ ଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା, କାର୍ଯ୍ୟରତ ସମୟରେ ମୃତ୍ୟୁକାଳୀନ ସହାୟତା ୫ ଲକ୍ଷ ଓ ମାସିକ ୫ ହଜାର ପେନସନ, ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନୱାଡି କର୍ମୀ ଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ସମେତ ଅନ୍ୟାନ୍ୟ ଦାବି କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ସଂଘ ତରଫରୁ ଝୁନୁପମା ଶତପଥୀ, ପୁଷ୍ପାଞ୍ଜଳି ଦାଶ ଙ୍କ ସମେତ ଅନ୍ୟ ଅଙ୍ଗନୱାଡି କର୍ମୀ ମାନେ ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories