ହରଭଙ୍ଗା: ପୁରୁଣାକଟକ ଥାନା ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶନିବାର ଅପରାହ୍ନରେ ସଟସର୍କିଟରେ ଏକ କିରାଣା ଦୋକାନ ଜଳିଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଠିଡିକାଯୋରର ସମିର ସାହୁଙ୍କ କିରାଣା ଦୋକାନରେ ସଟସର୍କିଟରେ ନିଆଁ ଲାଗି ଦୋକାନ ଜଳିଯାଇଥିଲା। ଖବର ପାଇ ହରଭଙ୍ଗା ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।
Popular Categories



