www.samajalive.in
Monday, December 15, 2025
27.1 C
Bhubaneswar

ମଧୁର ଜଳ ଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଆଇସିଏଆର୍‌‌-ସିଫା, ଏସ୍‌‌ସିଏସ୍‌‌ପିି ପ୍ରକଳ୍ପ ଅଧୀନରେ ଫୁଲବାଣୀଠାରେ ଆଇସିଏଆର୍‌‌-ସିଫାର ମଧୁର ଜଳ ଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ ମୁଖ୍ୟ ଅତିଥିଭାବେ ଯୋଗଦେଇ ’ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା – କନ୍ଧମାଳ ଓ ଢେଙ୍କାନାଳ’ ପ୍ରକଳ୍ପର ପତ୍ରିକା ଉନ୍ମୋଚନ କରିଥିଲେ। ଆଇସିଏଆର୍‌‌-ସିଫାର ପ୍ରଧାନ ବୈଜ୍ଞାନିକ ଡଃ ସି.କେ.ମିଶ୍ର ମଧୁର ଜଳ ଜୀବ ପାଳନରେ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନକୌଶଳଉପରେ ଆଲୋଚନା କରିବା ସହିତ ଅନୁସୂଚିତ ଜାତି ହିତାଧିକାରୀମାନଙ୍କୁ ସେମାନଙ୍କ ପରିବାରର ରୋଜଗାର ବୃଦ୍ଧି ନିମନ୍ତେ ପୋଖରୀରେ ମାଛର ସଠିକ ଅଭିବୃଦ୍ଧି ଓ ବଂଚିବା ପାଇଁ ଅତ୍ୟାଧୁନିକ ଖାଦ୍ୟର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ସେ ରଙ୍ଗୀନ ମାଛ ଓ ମୁକ୍ତା ଚାଷ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଅନ୍ୟତମ ପ୍ରଧାନ ବୈଜ୍ଞାନିକ ଡଃ ଜି.ଏସ୍‌‌. ସାହା ‘ ଟ୍ୟାଙ୍କ୍‌‌ରେ ଥିବା ମାଛ- ବ୍ୟାଙ୍କରେ ଥିବା ଟଙ୍କା ପରି’ କହିବା ସହିତ ମହିଳାମାନେ କିପରି ଖାଲି ସମୟରେ ନିଜକୁ ମାଛ ଚାଷରେ ନିୟୋଜିତ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏଥିରେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନିଲ କୁମାର ମଲ୍ଲିକ, ଆଇସିଆର୍‌‌ଜି ପ୍ରକଳ୍ପର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଯୋଗ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୧୦୦ ଜଣ ପୁରୁଷ ଓ ମହିଳା ହିତାଧିକାରୀ ଯୋଗଦେଇଥିଲେ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories