www.samajalive.in
Monday, December 15, 2025
14.1 C
Bhubaneswar

ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର, ମୃତ୍ୟୁ କାରଣ ଅସ୍ପଷ୍ଟ

ଫୁଲବାଣୀ:ସଦର ଥାନା ଅନ୍ତର୍ଗତ ବଇଡ଼ା ଗ୍ରାମ ନିକଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ବଇଡ଼ା ଗ୍ରାମର ଲାଣ୍ଡୁ କହଁର ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁସାରେ ଲାଣ୍ଡୁ କହଁରଙ୍କୁ ବଇଡ଼ାରୁ ପଦର ସାହି ଯିବା ରାସ୍ତାରେ ଏକ ପଣସ ଗଛରେ ବେକରେ ପ୍ଲାଷ୍ଟିକ ରସି ଦେଇ ଝୁଲୁଥିବା ଅବସ୍ଥାରେ ଗ୍ରାମର କିଛି ବ୍ୟକ୍ତି ଦେଖିବା ପରେ ସମ୍ପର୍କୀୟ ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟ ଭାଇ ସଦର ଥାନାରେ ଏତଲା ଦେଇଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ୍ୟୁର କାରଣ କିଛି ଜଣାପଡ଼ିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ସଦର ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ପୂର୍ବରୁ ଲାଣ୍ଡୁ କହଁରଙ୍କ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁବରଣ କରିସାରିଥିବା ବେଳେ ସେ ଏକୁଟିଆ ରହୁଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories