www.samajalive.in
Sunday, December 14, 2025
14.1 C
Bhubaneswar

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଜଳିଗଲା କାର, ୪ ଆହତ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀର ଗୋବିନ୍ଦପୁର ଛକ ନିକଟରେ ଆଜି ଏକ ଭୟାବହ ଦୁର୍ଘଟଣା ଘଟିଅଛି। ଏହି ଦୁର୍ଘଟଣାରେ ଏକ କାର ଓ ଦୋକାନ ଜଳି ଯାଇଅଛି। କାରରେ ଥିବା ୪ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମୟରେ ଦୋକାନୀ ବାହାରେ ଥିବାରୁ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି।

କଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ୱାଗନର କାର ହଠାତ ଭାରସାମ୍ୟ ହରାଇ ରାଜପଥର ବାମ ପାଶ୍ବରେ ଥିବା ବିରଞ୍ଚି ଭୋଇଙ୍କ ଦୋକାନ ଓ ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ହୋଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ୧୧ କେଭି ବିଦ୍ୟୁତ ତାର ଛିଡି ଯାଇଥିଲା। ବିଦ୍ୟୁତ ତାର କାର ଓ ଦୋକାନ ଉପରେ ପଡ଼ିଥିଲା। ଫଳରେ କାର ଓ ଦୋକାନ ଜଳି ଯାଇଥିଲା।

- Advertisement -

କାର ଆରୋହୀ ପ୍ରସନ୍ନଜିତ ରାୟ, ତାଙ୍କ ସ୍ତ୍ରୀ ସୋମରାୟ ସରକାର ଓ ୧୨ ବର୍ଷର ପୁଅ ସମେତ ସୋପନ ସରକାର ଗୁରୁତର ଆହତ ଅବସ୍ଥାରେ କାର ଭିତରୁ ବାହାରି ଆସିଥିଲେ।ସ୍ଥାନୀୟ ଜନସାଧାରଣ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ ଓ ପ୍ରକାଶ ଖଟୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଆବଶ୍ୟକ ଚିକିତ୍ସା କଥା ବୁଝିଥିଲେ। କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ନମ୍ବର ଜଣା ପଡ଼ିନାହିଁ ।

ଏହି ଦୁର୍ଘଟଣାରେ ବିରଞ୍ଚି ଭୋଇଙ୍କ କ୍ୟାବିନ, ୨ ଗୋଟି ଫ୍ରିଜ, ଗ୍ୟାସ ଚୁଲା, ଗ୍ୟାସ ସିଲିଣ୍ଡର, ସିଗାରେଟ, ବିସ୍କୁଟ ଓ ମନୋହରି ସାମଗ୍ରୀ ଆଦି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଅଛି। ଖବରପାଇ ସାକ୍ଷୀଗୋପାଳରୁ ଦମକଳ ଯାଇ ନିଆଁକୁ ଆୟତ୍ତ କରିଥିଲେ l ୧୧ କେଭି ବିଦ୍ୟୁତ ତାର ଛିଡି ଯାଇଥିବାରୁ କିଛି ସମୟ ନିମନ୍ତେ ବିଦ୍ୟୁତ ବିଭ୍ରାଟ ହୋଇଥିଲା।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories