www.samajalive.in
Sunday, December 14, 2025
17.1 C
Bhubaneswar

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ସପ୍ତାହ ଶୀର୍ଷକ କର୍ମଶାଳା

କେନ୍ଦୁଝର/ପାଟଣା  : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ପାଟଣା ବ୍ଲକର ଚାକୁଣ୍ଡାପାଳ ଗ୍ରାମ ପଞ୍ଚାୟତଠାରେ ଏକ ତିନିଦିନିଆ ସଚେତନଧର୍ମୀ କାର୍ଯ୍ୟକ୍ରମ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଆନ୍ତର୍ଜାତିକ ମହିଳା ସପ୍ତାହ ଏବଂ ସେବା, ସୁଶାସନ ଓ ଗରିବ କଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ଆଜି ଉଦ୍‌ଘାଟନୀ ଅବସରରେ କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ତଥା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ମାଗୁଣି ଚରଣ କୁଅଁର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । କଣ୍ଢେଇ ନୃତ୍ୟ ଭଳି ପ୍ରାଚୀନ ଲୋକକଳାକୁ ବଞ୍ଚେଇ ରଖିବା ତଥା ଦେଶ ବିଦେଶରେ ସେହି ଲୋକକଳାର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

- Advertisement -

ସେହିଭଳି, ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁ ମଖ୍ୟବକ୍ତା, ଝାଡ଼ବେଲଦା କଲେଜର ଓଡ଼ିଆ ବିଭାଗ ଅଧ୍ୟାପିକା ସ୍ମୃତି ବାନାର୍ଜୀ, ଶ୍ରୀ ଗୁରୁକୁଳ ଶିଷ୍ୟା ପବ୍ଲିକ ସ୍କୁଲର ଅଧ୍ୟକ୍ଷା ରୂପଶ୍ରୀ ଗନ୍ତାୟତ, ପାଟଣା ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ଚକ୍ର, ସ୍ଥାନୀୟ ସରପଞ୍ଚ ରକ୍ଷାମଣୀ ନାଏକ, ସମିତିସଭ୍ୟ ଉତ୍ତମଚନ୍ଦ୍ର ବେହେରା, ସମାଜସେବୀ ଲକ୍ଷ୍ମୀଧର ନାୟକ ଅତିଥି ଓ ବକ୍ତା ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଏକ ବୃହତ ଶୋଭାଯାତ୍ରାକୁ ପତାକା ଦେଖାଇ ମୁଖ୍ୟଅତିଥି ଶୁଭ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ହଲ୍‌ର ମଧ୍ୟ ଶୁଭ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ଫଟୋଚିତ୍ର ଗୁଡ଼ିକୁ ସେ ବୁଲି ଦେଖିଥିଲେ। ପରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ନିଜର ଅଭିଭାଷଣରେ ମୁଖ୍ୟ ଅତିଥି ସେଠାରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବାକୁ କହିଥିଲେ। ମୁଖ୍ୟବକ୍ତା ଭାବେ ପାଟଣା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁ, ପରିବାର ଓ ସମାଜ ଗଠନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ବିଶେଷ ଭୂମିକା ରହିଥିବା ଏବଂ ସ୍ୱଚ୍ଛଭାରତ ଉପରେ ନିଜର ଅଭିଭାଷଣ ରଖିଥିଲେ । ସେହିପରି ଅନ୍ୟାନ୍ୟ ବକ୍ତାମାନେ ମଧ୍ୟ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ, କେନ୍ଦୁଝରର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତ ସିଂହାର ସ୍ୱାଗତ ଭାଷଣ ଦେଇଥିଲେ। ସ୍ଥାନୀୟ ଜନସାଧାରଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories