www.samajalive.in
Tuesday, December 9, 2025
19.1 C
Bhubaneswar

ପୁଣି ବିବାଦରେ ସିଡିପିଓ

ବଡ଼ସାହି : ସ୍ଥାନୀୟ ସିଡିପିଓ କୁନ୍ତିମଣି ପାତ୍ର ପୁଣି ବିବାଦକୁ ଆସିଛନ୍ତି। କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସୋମବାର ତାଙ୍କ ନାମରେ ବଡ଼ସାହି ଥାନାରେ ଏତଲା ଦେଇଛନ୍ତି। ନିକଟରେ ସମ୍ପନ୍ନ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଏସଏସଜି ଗ୍ରୁପର ମହିଳାଙ୍କୁ ସାମିଲ ପାଇଁ ସେ କୁଆଡ଼େ ଦେଇଥିବା ପ୍ରତିଶ୍ରୁତି ମିଥ୍ୟା ବୋଲି ଜଣାପଡ଼ିବାରୁ ସମସ୍ତେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ ଚଳିତ ମାସ ୧୦ତାରିଖରେ ଅନୁଷ୍ଠିତ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଥିରେ ସାମିଲ ପାଇଁ ସିଡିପିଓ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ଦୁଇଦିନ ପୂର୍ବରୁ ଏକ ବୈଠକ ଡ଼କାଇଥିଲେ। ବୈଠକରେ ସମସ୍ତ କର୍ମୀଙ୍କ ମାଧ୍ୟମରେ ନୂତନ ଭାବେ ଗଠିତ ଏସ୍‍ଏସ୍‍ଜି ଗ୍ରୁପର ମହିଳାମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେଲେ ସରକାରଙ୍କ ପକ୍ଷରୁ ପ୍ରତି ଗ୍ରୁପକୁ ଆର୍ଥିକ ସହାୟତା ବାବଦରେ ୧୫ହଜାର ଟଙ୍କା ସହ ଖାଇବା ପିଇବା ଖର୍ଚ୍ଚ ପ୍ରଦାନ କରାଯିବ ବୋଲି କହିଥିଲେ। ଫଳରେ ସମସ୍ତ କର୍ମୀ ନିଜ ଖର୍ଚ୍ଚରେ ଗାଡି ଭଡା କରି ମହିଳା ସଦସ୍ୟାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିଥିଲେ। କାର୍ଯ୍ୟକ୍ରମ ମଧ୍ୟ ସଫଳ ହୋଇଥିଲା। ତେବେ ୧୫ଦିନ ବିତିବା ପରେ ମଧ୍ୟ ୧୫ହଜାର ଟଙ୍କା କିମ୍ବା ଯିବାଆସିବା ଖର୍ଚ୍ଚ ମିଳିନଥିବାରୁ କର୍ମୀମାନେ ଗ୍ରୁପର ସଦସ୍ୟାମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ରଙ୍କ ନେତୃତ୍ୱରେ ଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାକର୍ସ ଆସୋସିଏସନର ବ୍ଳକ ଉପସଭାନେତ୍ରୀ ତଥା ଜିଲା ସମ୍ପାଦିକା ସୁକାନ୍ତି ମଞ୍ଜରୀ ସାହୁ ଶତାଧିକ କର୍ମୀଙ୍କ ସହିତ ରାଲିରେ ଆସି ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରଥିଲେ। ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଘ ପକ୍ଷରୁ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘର ସଭାନେତ୍ରୀ ପଦ୍ମଗନ୍ଧା ଦାସ ଚେତାବନୀ ଦେଇଛନ୍ତି। ବଡ଼ସାହି ଥାନାଧିକାରୀ ଜୟନାରାୟଣ ଖଣ୍ଡେଇ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଥିବା ବେଳେ ସିଡିପିଓ କୁନ୍ତିମଣି ପାତ୍ରଙ୍କ ପ୍ରତିକ୍ରିୟା ମିଳି ନାହିଁ। ସୂଚନା ଥାଉକି, ପୂର୍ବରୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ଦିଆଯାଇଥିବା ପିଲାଙ୍କ ଖେଳନା କିଟ୍‍ କିଣାରେ ଦୁର୍ନୀତି, ଫଲଡର କିଣା ଦୁର୍ନୀତି ଓ ବର୍ଦ୍ଧିତ ଦରମାରୁ ଚାନ୍ଦା ଆଦାୟ କରିବା ଆଦି ଘଟଣାରେ ସିଡ଼ିପିଓ ଜଡ଼ିତ ଥିବା ଅଭିଯୋଗ ତାଙ୍କୁ ବିବାଦୀୟ କରିଥିଲା। ବର୍ତ୍ତମାନର ଅଭିଯୋଗ ପରେ ସିଡ଼ିପିଓ ସରକାରଙ୍କ ପ୍ରୀୟଭାଜନ ହେବା ପାଇଁ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories