ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାୟଖଣ୍ଡି ନିକଟସ୍ଥ ମହେଶ୍ୱର ଛକ ନିକଟରେ ଥିବା ବଗିଚାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ସୁକାନ୍ତ କୁମାର ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ହୃଷିକେଶ ମିଶ୍ରଙ୍କର ବଗିଚା କ୍ଷତିଗ୍ରସ୍ତ ହୋଇଛି।
ବଗିଚାରେ ଥିବା ବାଉଁଶ, ଆମ୍ବ, ପଣସ, ଚାକୁଣ୍ଡା ଓ ପଟାସ ଆଦି ଗଛ ନଷ୍ଟ ହୋଇଯାଇଛି। ବଗିଚାରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ରରୁ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଛି। କେହି ଦୁର୍ବୃତ୍ତ ବଗିଚାରେ ନିଆଁ ଲଗେଇ ଦେଇଥିବାର ଅନୁମାନ କରା ଯାଉଛି।



