www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ, ଆଚାର ଖାଇବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ

ଆଚାର ଆମ ନିତିଦିନିଆ ଖାଦ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରଖିଛି। ଆମ୍ବ, ଲେମ୍ବୁ, ଗାଜର, ରସୁଣ ଓ ଅନେକ ପ୍ରକାର ଆଚାର ଆମେ ଖାଇଥାଉ। ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଏହାର ବ୍ୟବହାର ଅଧିକ କରିଥାଉ। ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ସହ ସର୍ବଦା ଆଚାର ଖାଇଥାନ୍ତି। ପ୍ରତିଦିନ ଆଚାର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖରାପ ହୋଇଥାଏ। ଏକ ଗବେଷଣାରୁ ଜଣା ପଡିଛି ଯେ, ପ୍ରତିଦିନ ଆଚାର ଖାଇବା ଦ୍ୱାରା ଗ୍ୟାଷ୍ଟିକ ଓ କ୍ୟାନସର ପରି ରୋଗ ହେବାର ସମ୍ଭାବନା ରହିଥାଏ। ଆଚାରରେ ଅଧିକ ମାତ୍ରାରେ ଲୁଣର ବ୍ୟବହାର କରାଯାଇଥାଏ। ଏହା ରକ୍ତଚାପ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ନିମନ୍ତେ କ୍ଷତିକାରକ ହୋଇପାରେ। ନିୟମିତ ରୂପେ ଆଚାର ଖାଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ।
ଆସନ୍ତୁ ଜାଣିବା ଆଚାର ଖାଇବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ ..

- Advertisement -

ଆଚାରରେ ଅଧିକ ଲୁଣର ବ୍ୟବହାର କରାଯାଇଥାଏ। ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଦରକାର ହୋଇଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ଅଧିକ ଲୁଣ ଖାଉଥିବା ବ୍ୟକ୍ତିଙ୍କ ଠାରେ ହାଇଡିକେପ୍ରସନ ଓ ହୃଦୟ ସହ ଜଡିତ ରୋଗ ହୋଇଥାଏ।
ପେଟ ସମସ୍ୟା:
ପ୍ରତିଦିନ ଆଚାର ଖାଇବା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ। ଏହା ଶରୀରରେ ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ଆଚାରରେ ଅଧିକ ତେଲର ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଶରୀରରେ ଟ୍ରାଇଗ୍ଲିସେରାଇଡ ସମସ୍ୟା ସ୍ତର ବୃଦ୍ଧି କରିଥାଏ। ଯାହାଦ୍ୱାରା ଅଧିକ ପେଟ ସମସ୍ୟା ସୃଷ୍ଟି ହୋଇଥାଏ।
ଆଚାରକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ସେଥିରେ ଅଧିକ ତେଲର ବ୍ୟବହାର କରାଯାଇଥାଏ। ଏହା ଖାଇବା ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରା ବଢି ଯାଇଥାଏ। କୋଲେଷ୍ଟ୍ରୋଲ ବଢିବା ଦ୍ୱାରା ହୃଦରୋଗର ସମସ୍ୟା ଅଧିକ ହୋଇଥାଏ। ଏହାଦ୍ୱାରା ଯକୃତରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥାଏ।
ଅଧିକ ମାତ୍ରାରେ ଆଚାର ଖାଇବା ଦ୍ୱାରା ଶରୀର ଫୁଲିଯାଇଥାଏ। ଆଚାରରେ ସୋଡିୟମ/ ଲୁଣର ମାତ୍ରାଧିକ ବ୍ୟବହାର ଦ୍ୱାରା ଏପରି ସମସ୍ୟା ଦେଖା ଦେଇଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories