www.samajalive.in
Monday, December 15, 2025
15.1 C
Bhubaneswar

ଆମକୁ ଅଧ୍ୟାପକର ମାନ୍ୟତା ମିଳୁ : ଏସ୍‌ଏସ୍‌ବି ଅଧ୍ୟାପକ ସଂଘ

ଭୁବନେଶ୍ୱର : କଲେଜରେ ନିଯୁକ୍ତି ମିଳିଛି । ଅଧ୍ୟାପକ ବୋଲି କୁହାଯାଉଛି । କିନ୍ତୁ ପରିତାପର ବିଷୟ ‘ଅଧ୍ୟାପକ’ର ମାନ୍ୟତା ମିଳିନାହିଁ । ଭୁବନେଶ୍ୱର ସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଏଭଳି କ୍ଷୋଭର ସହ ମତବ୍ୟକ୍ତ କରିଛନ୍ତି ଅନେକ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକା । ରାଜ୍ୟ ଏସ୍‌ଏସ୍‌ବି ଅଧ୍ୟାପକ ସଂଘ ପକ୍ଷରୁ ରବିବାର ସକାଳେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ସଂଘର ସମ୍ପାଦକ ଡ. ଲମ୍ବୋଧର ରାଉତ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ସ୍ନାତକ ଏବଂ ସ୍ନାତୋକତ୍ତର ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ସେମାନଙ୍କୁ ଅଧ୍ୟାପକଭବେ ନିଯୁକ୍ତି ମିଳିଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବୈଧାନିକ ସଂସ୍ଥା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ଦ୍ୱାରା ଏକ କଠିନ ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ୨୦୧୬ରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଉଛି । ଏସ୍‌ଏସ୍‌ବି ଅଧ୍ୟାପକମାନେ ରାଜ୍ୟର ପ୍ରାୟ ୮୦% ସ୍ନାତକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରୁଛନ୍ତି । ମାତ୍ର ପରିତାପର ବିଷୟ ଯେ ସେମାନଙ୍କୁ ଏପର୍ଯ୍ୟନ୍ତ ‘ଅଧ୍ୟାପକ’ର ମାନ୍ୟତା ମିଳିନାହିଁ । ସେମାନଙ୍କୁ ଡିଗ୍ରୀ କଲେଜରେ ପାଠ ପଢାଇବା ହାରର ଦରମା ବଦଳରେ ଉଚ୍ଚ ମାଧ୍ୟମିକ ସ୍କୁଲର ପିଜିଟି ଶିକ୍ଷକଙ୍କ ହାରରେ ୪୬୦୦ ପେସ୍କେଲ ଅନୁସାରେ ଦରମା ମିଳୁଛି । ଏପରିକି ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ପିଜିଟି ଶିକ୍ଷକଙ୍କୁ ୪୮୦୦ ପେସ୍କେଲରେ ଦରମାଠାରୁ ବି ସେମାନେ କମ ଦରମା ପାଉଛନ୍ତି । ସେହପରି ଓପିଏସ୍‌ସି ଦ୍ୱାରା ସରକାରୀ ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରାରମ୍ଭରୁ ‘ୟୁଜିସି ପେସ୍କେଲ ୬୦୦୦’ରେ ଦରମା ମିଳୁଛି । ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ଓ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଉଦ୍ଧିଷ୍ଟ ୧୯୭୪ ଆଇନର ଧାରା ୯ରେ ଅନୁଦାନପ୍ରାପ୍ତ କଲେଜରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କୁ ସରକାରୀ ଅଧ୍ୟାପକଙ୍କ ଭଳି ସମାନ ଦରମା ପ୍ରଦାନ କରାଯିବ ବୋଲି ଉଲ୍ଲେଖ ଅଛି । ମାତ୍ର ଏହାର ବ୍ୟତିକ୍ରମ କରାଯାଇ ଏସ୍‌ଏସ୍‌ବି ଦ୍ୱାରା ପୂର୍ଣ୍ଣ ଅନୁଦାନ ଅଧ୍ୟାପକ ଭାବେ ନିଯୁକ୍ତଙ୍କୁ ‘ଅଧ୍ୟାପକ’ର ମର୍ଯ୍ୟାଦା କି ମାନ୍ୟତା ଦିଆଯାଉ ନାହିଁ । ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପ୍ରୟାସ କରୁଥିବାବେଳେ ଏସ୍‌ଏସ୍‌ବି ଅଧ୍ୟାପକଙ୍କ ପ୍ରତି ଏ ଅବିଚାର ସେମାନଙ୍କୁ ହତୋତ୍ସାହିତ କରିଦେଇଛି ।

- Advertisement -

ପ୍ରକାଶଯୋଗ୍ୟ ଯେ ସରକାର ୧୯୮୯ରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିଯୁକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ୟୁଜିସି ପେସ୍କେଲ ପ୍ରଦାନ କରୁନାହାନ୍ତି । ଫଳରେ ଏସ୍‌ଏସ୍‌ବି ଅଧ୍ୟାପକଙ୍କ ପେସ୍କେଲକୁ ନେଇ ବିବାଦ ଦେଖା ଦେଇଛି । ତେବେ ଡିଗ୍ରୀ କଲେଜରେ ପାଠ ପଢାଇବା ପାଇଁ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିବାରୁ ସେମାନଙ୍କୁ ଚାକିରିର ପ୍ରାରମ୍ଭରୁ ଏକ ଅଧ୍ୟାପକ ପରି ‘କ’ ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ଏସ୍‌ଏସ୍‌ବି ଅଧ୍ୟାପକ/ଅଧ୍ୟାପିକାମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଫଳରେ ଏସ୍‌ଏସ୍‌ବି ଅଧ୍ୟାପକ/ଅଧ୍ୟାପିକାଙ୍କ ପ୍ରାରମ୍ଭିକ ପେସ୍କେଲକୁ ୪୬୦୦ରୁ ପରିବର୍ତ୍ତନ କରି ବର୍ଗ ‘କ’ରେ ୫୪୦୦ରୁ ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି । ଏହି ସବୁ ଦାବି ପାଇଁ ଆଗାମୀ ଦିନରେ ଏକ ବିଶାଳ ସମାବେଶ କରିବାକୁ ପ୍ରସ୍ତୁତ ଅଛୁ ବୋଲି ରାଜ୍ୟ ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ସଭାପତି ସରୋଜ କାନ୍ତ ନାୟକ କହିଛନ୍ତି l ‘ଓଡ଼ିଶାରେ ନୂତନ ଶିକ୍ଷାନୀତି ଲାଗୁର ରୋଡମ୍ୟାପ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ଏହାର ପ୍ରଭାବ’ ଶୀର୍ଷକ ଏହି ରାଜ୍ଯସ୍ତରୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାସ ସିଂ, ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ରଞ୍ଜନ ବଳ, ଉଚ୍ଚଶିକ୍ଷା ବିଭାଗ, ଭୁବନେଶ୍ବରର ଆଞ୍ଚଳିକ ମୁଖ୍ୟ ଡ. କାର୍ତିକ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ l ବିଭିନ୍ନ କଲେଜର କାର୍ଯ୍ୟରତ 500 ରୁ ଊର୍ଦ୍ଧ୍ୱ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକା ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ l

ବିଶେଷ କରି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡିକରେ ଥିବା ବିଭିନ୍ନ ନିଯୁକ୍ତି ପ୍ରକ୍ରିୟା, ଦରମାଗତ ସମସ୍ୟା ଓ ତାରତମ୍ୟ, ସମାନ କାମକୁ ସମାନ ଦରମା, ନୂତନ ଶିକ୍ଷା ନୀତି ଲାଗୁ କ୍ଷେତ୍ରରେ ଅଧ୍ୟାପକଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଓ ସମାଧାନର ସୂତ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଏସ୍‌ଏସ୍‌ବି ଅଧ୍ୟାପକ ସଂଘ ସଭାପତି ତଥା ଗଣମାଧ୍ୟମ ସଂଯୋଜକ ରଜତ କାନ୍ତ ଦାଶ, ଉପସଭାପତି ରଜନୀ କୁମାର ନାୟକ, ଯୁଗ୍ମ ସମ୍ପାଦକ ଡ. ସନ୍ଦୀପ ବଳ, କୋଷାଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବରାଳ, ଯୁଗ୍ମ କୋଷାଧ୍ୟକ୍ଷ ଡ. ଜ୍ୟୋତିପ୍ରକାଶ ପଲେଇ, କାର୍ଯ୍ୟନିର୍ବାହୀ ସଦସ୍ୟ ଡ. ଆନନ୍ଦ ଚରଣ ନାୟକ, ଜ୍ଞାନ ରଂଜନ ଦାସ, ଜିତେନ୍ଦ୍ର କୁମାର ଦାସ, ବିକାଶ କୁମାର ନାୟକ, ସୌମ୍ୟକାନ୍ତ ସେନାପତି, ନିକୁଞ୍ଜ ରଞ୍ଜନ ଦାଶ, ଆତ୍ମପ୍ରକାଶ ନାୟକ, ସୁଶାନ୍ତ ବାରିକ, ପ୍ରଦୀପ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories