www.samajalive.in
Monday, December 15, 2025
15.1 C
Bhubaneswar

ନିର୍ଲିପ୍ତ ସେବା,ତ୍ୟାଗ ଭାବରେ ନିଜକୁ ଅଭିମନ୍ତ୍ରିତ କରି ନବାଗତ ବିଦ୍ୟାର୍ଥୀ ଆଗକୁ ବଢିଲେ ଅନ୍ୟପାଇଁ ଉଦାହରଣ ପାଲଟି ପାରିବେ

ଗୁରୁଡିଝାଟିଆ : ନିର୍ଲିପ୍ତ ସେବା ଓ ତ୍ୟାଗ ଭାବରେ ନିଜକୁ ଅଭିମନ୍ତ୍ରିତ କରି ନବାଗତ ବିଦ୍ୟାର୍ଥୀମାନେ ଆଗକୁ ବଢିଲେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ମୂର୍ମୁଷୁ ରୋଗୀମାନଙ୍କ ମୁହଁରେ ଚେନ୍ନାଏ ହସ ଫୁଟାଇପାରିବେ ବୋଲି ଗୋପବନ୍ଧୁ ସେବିକା ହାବିଦ୍ୟାଳୟ ନବାଗତ ଏଏନଏମ, ଜିଏନଏମ, ବିଏସସି ନର୍ସିଂ ଓ ପୋଷ୍ଟ ବିଏସସି ନର୍ସିଂ ନବାଗତ ବିଦ୍ୟାର୍ଥୀମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଉପରୋକ୍ତ ମତପ୍ରକାଶ କରିଥିଲେ। ଗତକାଲି ସନ୍ଧ୍ୟାରେ ଗୋପବନ୍ଧୁ ଚିକିତ୍ସାଳୟ ଆଧ୍ୟାତ୍ମିକ ପରିସରରେ ନବାଗତ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଥ କହିଥିଲେ, ମଣିଷ ପଣିଆ, ସେବା, ତ୍ୟାଗ, ତିତୀକ୍ଷା ଓ ପରୋପକାର ମଣିଷକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ନିଜର ସ୍ୱାର୍ଥକୁ ପରିତ୍ୟାଗ କରି ଅନ୍ୟ ପାଇଁ ସୁଖ ବାଣ୍ଟିବାରେ ଅପାର ଆନନ୍ଦ ରହିଥାଏ। ଚାଳ ଛପର ଘର, ଗଛମୂଳେ ସତ୍ୟବାଦୀ ବନ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରତ୍ୟେକ ବିଦ୍ୟାର୍ଥୀ ଥିଲେ ପରଶମଣି ସଦୃଶ। ସେମାନଙ୍କ ବ୍ୟକ୍ତିତ୍ୱ ଶୁଦ୍ଧ ସୁବର୍ଣ୍ଣପରି ଉକୁଟି ପଡୁଥିଲା। ଶିକ୍ଷା ମାଧ୍ୟମରେ ସେବାର ଜ୍ୟୋତି ପ୍ରଜ୍ୱଳିତ କରି ଜାତିର ଉତଥାନରେ ନିଜକୁ ନିୟୋଜିତ କରି ଇତିହାସ ପାଲଟି ଯାଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେବା ତ୍ୟାଗର ଯେଉଁ ନିଦର୍ଶନ ଛାଡିଯାଇଛନ୍ତି । ସେଥିପ୍ରତି ଅନୁପ୍ରାଣିତ ହୋଇ ନବାଗତ ବିଦ୍ୟାର୍ଥୀମାନେ ଆଗକୁ ବଢିଲେ ନିଜେ ଭଲ ମଣିଷ ହେବା ସହ ଅନୁଷ୍ଠାନର ଆଶା ଓ ଆକାଂକ୍ଷାକୁ ପୁରଣ କରିପାରିବେ ବୋଲି କହିବା ସଂଗେ ସଂଗେ ସେମାନଙ୍କୁ ଶୁଭେଚ୍ଛା ଓ ସ୍ୱାଗତ କରିଥିଲେ।

ଶାସ୍ତ୍ରୀୟ ବିଧିମୁତାବକ ବରିଷ୍ଠ ବିଦ୍ୟାର୍ଥୀମାନେ ନବାଗତ ବିଦ୍ୟାର୍ଥୀମାନଙ୍କୁ ଫୁଲ, ଚନ୍ଦନ, ଧୂପ, ଦୀପ ଓ ଅରୁଆ ଚାଉଳ ଦ୍ୱାରା ବନ୍ଦାପନା କରି ପାଛୋଟି ଆଣିଥିଲେ। ସ୍ୱତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ଅନୁଷ୍ଠାନକୁ ସ୍ୱାଗତ କରାଯାଇଥିଲା। ନବାଗତମାନଙ୍କୁ ନେଇ ଆୟୋଜିତ ଏକ ପ୍ରତିଯୋଗିତାରେ ମିଷ୍ଟର ଫ୍ରେସର ଭାବେ ସୋହନ ସତ୍ୟଜିତ୍ ବେହେରା, ମିସ୍ ଫ୍ରେସର ଭାବରେ ଚିନ୍ମୟୀ ପଣ୍ଡା, ରନର୍ସଅପ ଭାବେ ମମତା ମଞ୍ଜରୀ ଦାଶ, କିର୍ତ୍ତିରାଜ ଦାଶଙ୍କୁ ସମ୍ମାନୀତ କରାଯାଇଥିଲା। ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ନିଧିନ ଏଲିୟାସ ମିଷ୍ଟର ଫ୍ରେସର ଓ ମିସ୍ ଫ୍ରେସରଙ୍କୁ ମୁକୁଟ ପିନ୍ଧାଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ରାଉତ, ଜ୍ୟୋତିର୍ମୟୀ ପାତ୍ର, ଜୟଶ୍ରୀ ବେହେରା, ସୌଦାମିନି ସାହୁ, ବିକ୍ରମ କେଶରୀ ରାଉତ, ଆକାଶଦୀପ ସାହୁ, ରଞ୍ଜିତା ଦାସ, ଗିତାଞ୍ଜଳି ନନ୍ଦ, ସୁନିତା ପଣ୍ଡା, ଅସୀତ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ନିଧିନ ଏଲିୟାସ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories