www.samajalive.in
Sunday, December 14, 2025
26.1 C
Bhubaneswar

ଆର୍‌ଭି ବିଶ୍ୱବିଦ୍ୟାଳୟ ଏବଂ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌ ମଧ୍ୟରେ ବୁଝମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର – ବେଙ୍ଗାଲୁରୁରେ ଥିବା ଆର୍‌ଭି ବିଶ୍ୱ ବିଦ୍ୟାଳୟ ଏବଂ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌ର ଆୟୋଜକଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ଏହାର କୁଳପତି ପ୍ରଫେସର ଓ୍ୱାଇଏସ୍‌ଆର୍‌ ମୂର୍ତ୍ତୀ ସୂଚନା ଦେଇଛନ୍ତି । କେଏଲ୍‌ଏଫ୍‌ ସହ ଜ୍ଞାନର ଆଦାନପ୍ରଦାନ ପାଇଁ ସହବନ୍ଧିତ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି । ଆଗକୁ ଅନେକ ବର୍ଷ ଧରି ଏହି ସହଭାଗିତା ଜାରି ରହିବ ବୋଲି ପ୍ରଫେସର ମୂର୍ତ୍ତୀ ସୂଚନା ଦେଇଛନ୍ତି । ଏହାର ବେଙ୍ଗାଲୁରୁ କ୍ୟାମ୍ପସ୍‌ରେ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌ର ଆୟୋଜନ କରାଯିବା ବୋଲି ସେ କହିଛନ୍ତି ।

ଏଥିରେ ସେଠାକରା ଶିକ୍ଷାବିତ୍‌ ଏବଂ ଛାତ୍ରଙ୍କର ଯୋଗଦନା ସହ ଜ୍ଞାନର ଆଦାନପ୍ରଦାନ ହୋଇପାରିବ । ଚଳିତ ବର୍ଷ ଆର୍‌ଭି ବିଶ୍ୱ ବିଦ୍ୟାଳୟର ୪ ଜଣ ସଦସ୍ୟ କଳିଙ୍ଗ ଲିଟେରିରି ଫେଷ୍ଟିଭାଲ୍‌ରେ ଯୋଗ ଦେଇଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ସମିତିର ଟ୍ରଷ୍ଟି ତଥା ଚଳଚ୍ଚିତ୍ର ନିର୍ମାତା ମାୟାଚନ୍ଦ୍ରା, କୁଳମତି ପ୍ରଫେସର ମୂର୍ତ୍ତୀ , ସ୍କୁଲ୍‌ ଅଫ୍‌ ଲିବେରାଲ୍‌ ଆର୍ଟର ଡିନ୍‌ ପ୍ରଫେସର ପୀଉଷ ରୟ ଏବଂ ସ୍କୁଲ୍‌ ଅଫ୍‌ ଇକୋନମିକ୍ସର ସହକାରୀ ଡିନ୍‌ ଡକ୍ଟର ପୁଷ୍କରାଣୀ ପଞ୍ଚମୂଖୀ ଭୁବନେଶ୍ୱରରେ କେଏଲ୍‌ଏଫ୍‌ରେ ଅଂଶଗ୍ରହଣ କରିଛନ୍ତି ।

- Advertisement -

ପ୍ରଫେସର୍‌ ପୀଉଷ ରୟଙ୍କର ସିନେମା ମୋନାର୍କ ଅଫ୍‌ ବ୍ଲୁ ମାଉଣ୍ଟେନ୍‌କୁ ଏଥିରେ ପ୍ରଦର୍ଶନ କରାଯାଇଛି । ଏହାକୁ ବିଭିନ୍ନ ମହାଦେଶରେ ୭ ବର୍ଷ ପର୍ଯ୍ୟନ୍ତ ସୁଟିଂ କରାଯାଇଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories