www.samajalive.in
Sunday, December 14, 2025
17.1 C
Bhubaneswar

ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ନବରଙ୍ଗପୁର: ଦୀର୍ଘ ତିନି ଦିନ ଧରି ଅନୁଷ୍ଠିତ ଯୁବ ରେଡକ୍ରସ ତରଫରୁ ଆୟୋଜିତ ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଜାତୀୟ ସ୍ତରୀୟ ଫାଷ୍ଟ ଏଡ୍ ସମ୍ବଳ ପ୍ରଶିକ୍ଷକ ରଞ୍ଜନ କୁମାର ସ୍ବାଇଁ ଦ୍ଵିତୀୟ ଦିନରେ ଦୀର୍ଘ ସମୟ ଧରି ସ୍ବେଛାସେବୀଙ୍କୁ ପ୍ରାଥମିକ ଚିକିତ୍ସା ଓ ତାର ଉପାଦେୟତା ଉପରେ ବୁଝାଇବା ସହ ଆଗାମୀ ଦିନରେ ଜଣେ ଜଣେ ସମାଜସେବା ସୈନିକ ଭାବେ ଆପଦକାଳୀନ ପରିସ୍ଥିତିରେ ସହାୟତା କରିବା ପାଇଁ ସଦା ପ୍ରସ୍ତୁତ ରହିବାକୁ ସ୍ବେଛାସେବୀଙ୍କୁ ଆହ୍ବାନ ଦେଇଥିଲେ। ଜିଲାର ୨୫ଟି ମହାବିଦ୍ୟାଳୟରୁ ୧୦୦ ଜଣ ସ୍ବେଛାସେବୀଙ୍କ ସହ ରେଡକ୍ରସ କାଉନସିଲର ଓ ଅଧ୍ୟକ୍ଷ ଯୋଗଦାନ କରିଥିଲେ। ଉଦଯାପନୀ ଉତ୍ସବରେ ସଭାପତିତ୍ବ କରି ଅଧ୍ୟକ୍ଷ ଡଃ. ଭାସ୍କର ନାଥ ବିଶ୍ଵାଳ ଏହି ତିନି ଦିନରେ ବହୁ ଅତିଥି, ସମ୍ବଳ ପ୍ରଶିକ୍ଷକମାନେ ସ୍ବେଛାସେବୀଙ୍କୁ ଅନେକ କ୍ଷେତ୍ର ଉପରେ ଦିଗଦର୍ଶନ କରିଛନ୍ତି ଓ ସ୍ବେଛାସେବୀ ମାନେ ମଧ୍ୟ ଅନେକ କଥା ଶିଖି ପାରିଛନ୍ତି ବୋଲି ଖୁସି ପ୍ରକାଶ କରିଥଲେ।ଅତିରିକ୍ତ ଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଭାସ୍କର ରଇତ ଶେଷ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବେଛାସେବୀଙ୍କୁ ଶିବିର ରେ ଶିଖିଥିବା ସମସ୍ତ ବିଷୟକୁ ବାସ୍ତବ ଜୀବନରେ ସଠିକ୍ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ରେଡକ୍ରସର ଆଜୀବନ ସଭ୍ୟ ତଥା ଜନପ୍ରିୟ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲା ରେଡ଼କ୍ରସ ବିଭିନ୍ନ ଜନହିତକର କାର୍ଯ୍ୟ ସହ ସମାଜକୁ ବିକଶିତ କରୁଥିବା ସୂଚନା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ରେଡକ୍ରସର ଇତିହାସ ଓ ବର୍ତ୍ତମାନର ସ୍ଥିତି ସହ ଶିକ୍ଷା ଜିଲାରେ ରେଡକ୍ରସର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଜିଲା ରେଡକ୍ରସର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସ୍ବେଛାସେବୀ ମାନଙ୍କୁ ସେବାର ପ୍ରକୃତ ଅର୍ଥ ଓ ପରିସର ବିଷୟରେ ବୁଝାଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଜିଲା ଯୁବ ରେଡକ୍ରସ ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ସଂଯୋଜକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ଓ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories