www.samajalive.in
Monday, December 15, 2025
14.1 C
Bhubaneswar

‘ପ୍ରାଣୀ ବିଜ୍ଞାନରେ ବୈଷୟିକ ଉଦ୍ଭାବନ: ଗବେଷଣା ଓ ସାମାଜିକ ପ୍ରସାରଣ’ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ବାଣୀବିହାରରେ ‘ପ୍ରାଣୀ ବିଜ୍ଞାନରେ ବୈଷୟିକ ଉଦ୍ଭାବନ: ଗବେଷଣା ଓ ସାମାଜିକ ପ୍ରସାରଣ’ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପ୍ରଭାତୀ କୁମାରୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦୀ ପ୍ରାଣୀ ବିଜ୍ଞାନ ଗବେଷଣାର କ୍ରମ ବିକାଶ, ପ୍ରଯୁକ୍ତି ବିଦ୍ୟାର ଉପଯୋଗ ତଥା ସାମାଜିକ ପରିବର୍ତ୍ତନର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ଓଡିଶା ପ୍ରାଣୀ ବିଜ୍ଞାନ ସମିତିର ସଭାପତି ତଥା ପ୍ରଖ୍ୟାତ ଜୀବ ବିଶେଷଜ୍ଞ ପ୍ରଫେସର ସୁଶୀଲ କୁମାର ଦତ୍ତ ଓଡ଼ିଶାରେ ପ୍ରାଣୀ ବିଜ୍ଞାନ ଗବେଷଣା ତଥା ସମିତିର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମିଳନୀରେ ଥିରୁଭାଲୁର ବିଶ୍ୱବିଦ୍ୟାଳରେ ପୂର୍ବତନ କୁଳପତି ପ୍ରଫେସର କେ. ମୁରୁଗନ, ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରମୋଦ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଗୁଣନିଧି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଆମେରିକା, ଟେକ୍ସସ ଆଏଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ମେଘନାଥ ପ୍ରାରା ଜୁଲି, ପ୍ରଫେସର ଶର୍ମିଲା ପ୍ରାରା ଜୁଲି, କ୍ୟାଥୋଲିକ ବିଶ୍ୱବିଦ୍ୟାଳୟ ବେଲଜିୟମର ଆନ୍ତର୍ଜାତିକ ଖ୍ୟାତି ପ୍ରଫେସର ୱାଲଟର ଲୁଟେନଙ୍କ ସମେତ ଭାରତର ୪୮ଟି ବିଶ୍ୱବିଦ୍ୟାଳୟ ଓ ଗବେଷଣା ଅନୁଷ୍ଠାନର ୨୫୦ରୁ ଉର୍ଦ୍ଧ ଛାତ୍ର, ଗବେଷକ, ଶିକ୍ଷକ ଓ ଡାକ୍ତର ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories