www.samajalive.in
Monday, December 15, 2025
27.1 C
Bhubaneswar

ଖିରେଇଟାଙ୍ଗିରୀ ଜାଗର ମହୋତ୍ସବ ଉଦଯାପିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀର ସର୍ବେଶ୍ୱର ମହାଦେବଙ୍କ ୫ ଦିନିଆ ଶିବଜାଗର ମହୋତ୍ସବ ଗତରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନ ଦିବସରେ ଭଦ୍ରକର ଡାଇମଣ୍ଡ ଡ୍ୟାନ୍ସ ଗ୍ରୁପର ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅନୁନ୍ୟ ୮ ହଜାର ଦେଖଣାହାରୀ ଉପସ୍ଥିତ ଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ନାଏକ, ଖିରେଇଟାଙ୍ଗିରୀ ସରପଞ୍ଚ ସଞ୍ଜୁଲତା ନାଏକ ଓ ଯୁବ ବିଜୁ ଜନତା ଦଳ ଉତ୍ତର ଓଡିଶା ମଣ୍ଡଳ ସାଧାରଣ ସମ୍ପାଦକ ଦୀପକ କୁମାର ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଅଶୋକ କୁମାର ମହାନ୍ତ, ସୁରେଶ ଓଝା, ଅନ୍ତର୍ଯ୍ୟାମୀ ମହାରଣା, ଦିଲ୍ଲୀପ ମଣ୍ଡଳ, ମହେଶ୍ୱର ନାଏକ ଓ ହୃଷିକେଶ ନାଏକ ପ୍ରମୁଖ ପରିଚାଳନା କରିଥିଲେ । ୨ ଦିନ ଧରି ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଦଖଲ କରିଥିବା ରାହୁଲ ପହି, ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ବବିତା ମହାନ୍ତ ଓ ତୃତୀୟ ସ୍ଥାନ ଦଖଲ କରିଥିବା ପ୍ରୀତିପ୍ରଜ୍ଞା ସେଠୀଙ୍କୁ ପୁରସ୍କୃତ କରାଯାଇଥିଲା ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories