www.samajalive.in
Saturday, December 13, 2025
26.1 C
Bhubaneswar

ପାକିସ୍ତାନ ଦଖଲ ଯୋଜନାରେ ତାଲିବାନ

ଇସଲାମାବାଦ: ପାକିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ବିଭିନ୍ନ ସ୍ଥାନରେ ନିୟମିତ ହିଂସାକାଣ୍ଡ ଘଟାଇ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି। ଗୋଟିଏ ପଟେ ପାକିସ୍ତାନ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ତାଲିବାନଙ୍କ ଆତଙ୍କ ଦେଶବାସୀଙ୍କୁ ଅତିଷ୍ଠ କରିଛି। ପାକିସ୍ତାନରେ ଆତଙ୍କ ଘଟାଇ ଚାଲିଥିବା ତାଲିବାନ ସଂଗଠନ (ଟିଟିପି) ନାମରେ ପରିଚିତ। ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସଂଗଠନର ଏହା ହେଉଛି ଏକ ଶାଖା। ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନମାନେ ଏବେ ପାକିସ୍ତାନକୁ ଅଧିକାର କରିବାର ଯୋଜନା କରିଛନ୍ତି। ଏଥିପାଇଁ ଅଧିକରୁ ଅଧିକ ସଂଖ୍ୟକ ତାଲିବାନ ଆତଙ୍କବାଦୀ ପାକିସ୍ତାନ ସୀମାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି। ଅସ୍ତ୍ରଶସ୍ତ୍ର ସହିତ ତାଲିବାନ ଆତଙ୍କବାଦୀଙ୍କ ଅନୁପ୍ରବେଶର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଆଫଗାନିସ୍ତାନରୁ ଶହଶହ ତାଲିବାନ ଆତଙ୍କବାଦୀ ପାକିସ୍ତାନ ସୀମାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସେମାନେ ନିଜକୁ ତେହରିକ ଇ ତାଲିବାନ ପାକିସ୍ତାନର ସଂଗ୍ରାମୀ ବୋଲି ଘୋଷଣା କରିଛନ୍ତି। ତାଲିବାନ ସଂଗଠନ କହିଛି ଯେ ପାକିସ୍ତାନ ଏବେ ଆଲ୍ଲାଙ୍କ ଶାସନକୁ ଆଉ ଅନୁସରଣ କରୁ ନାହିଁ। ତେଣୁ ପାକିସ୍ତାନକୁ ଅକ୍ତିଆର କରି ଏଠାରେ ଆଲ୍ଲାଙ୍କ ଶାସନ ପ୍ରତିଷ୍ଠା କରିବାକୁ ତାଲିବାନ ଯୋଜନା କରିଛି। ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ପାକିସ୍ତାନ ସରକାର ଶାନ୍ତି କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛି। ମାତ୍ର ତାଲିବାନ କହିଛି ଯେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଏହାର ସଦସ୍ୟଙ୍କୁ ମୁକ୍ତ କରାଯିବା ପରେ ଶାନ୍ତି ଆଲୋଚନା କରାଯିବ। ନିକଟରେ ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଶତାଧିକ ପ୍ରାଣ ହରାଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories