www.samajalive.in
Saturday, December 13, 2025
26.1 C
Bhubaneswar

ଅଭିନେତ୍ରୀ ବର୍ଷା ଆଶ୍ବସ୍ତ, ଏତଲା ପଞ୍ଜୀକରଣ ନ ହେବା ମାମଲା ଖାରଜ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ବିରୋଧରେ ଏତଲା ପଞ୍ଜିକରଣ ନ ହେବା ନେଇ ମାମଲାରେ ପୁଲିସ ନିଷ୍କ୍ରିୟତାକୁ ବିରୋଧ କରି ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରି ଭୁବନେଶ୍ୱର ଡିସିପି ରିପୋର୍ଟ ଦାଖଲ କରିଥିଲେ। ଆବେଦନକାରୀଙ୍କ ଅଭିଯୋଗ ଭିତ୍ତିହୀନ ଓ ଏପରି କିଛି ଘଟଣା ଘଟିନଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି। ଆବେଦନକାରିଣୀଙ୍କୁ ପାଲଟା ଚେତାବନୀ ଦେଇଛନ୍ତି ହାଇକୋର୍ଟ।

ମାମଲାର ବିବରଣୀରୁ ପ୍ରକାଶ ଯେ ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା। ଏ ନେଇ କମିଶନରେଟ ପୁଲିସର ଚନ୍ଦ୍ରଶେଖରପୁର ଥାନାରେ ଏକ ଏତଲା ଦାୟର ହୋଇଥିଲା। କିନ୍ତୁ ପୁଲିସ ଏତଲା ପଞ୍ଜିକରଣ କରୁ ନ ଥିବା ଅଭିଯୋଗ ହୋଇଥିଲ। ପୁଲିସ ନିଷ୍କ୍ରିୟତାକୁ ବିରୋଧ କରି ଅଭିଯୋଗକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଭଳି ଏକ ଗୁରୁତର ଅଭିଯୋଗର ଶୁଣାଣି କରି ସତ୍ୟାସତ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଆବେଦନକାରୀଙ୍କ ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ଘଟଣାର ସତ୍ୟାସତ୍ୟ ଭୁବନେଶ୍ୱର ଡିସିପି ଯାଞ୍ଚ କରିବାକୁ କୁହାଯାଇଥିଲା। ଏହି ମାମଲାରେ ଗୃହ ସଚିବ, ପୁଲିସ ଡ଼ିଜି, ଭୁବନେଶ୍ୱର ଡିସିପି ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରା ଯାଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories