www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ନୀତି ଚୂଡ଼ାନ୍ତ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ସେଥିରେ ମହାପ୍ରଭୁଙ୍କ ଆଗାମୀ ଦୋଳ ପୂର୍ଣ୍ଣିମା, ହୋଲି ଉତ୍ସବ ଏବଂ ଅଗ୍ନି ଉତ୍ସବ (ମେଣ୍ଢାପୋଡ଼ି) ନୀତି ଚୂଡ଼ାନ୍ତ କରାଯାଇଛି । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସେଥିରେ ଅଧ୍ୟକ୍ଷତା କରିଥିଲେ । ନିର୍ଦ୍ଧାରିତ ସମୟରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ କରିବାକୁ ସେବକଙ୍କୁ ପରାମର୍ଶ ଦିଆଯାଇଛି। ଆଗାମୀ ୭ ତାରିଖ ଦିନ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ। ସେଦିନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଆକର୍ଷଣୀୟ ସୁନାବେଶ କରାଯିବ। ଦୋଳଗୋବିନ୍ଦ ଦୋଳବେଦୀକୁ ବିଜେ କରିବେ।

ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଭୋର ୪ଟାରେ ମଙ୍ଗଳ ଆଳତି, ସକାଳ ୫ଟା ୧୫ରେ ମଇଲମ, ୬ଟା ୧୫ରେ ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା କରାଯିବ। ସକାଳ ୬ଟା ୩୦ରେ ମହାପ୍ରଭୁଙ୍କୁ ନୂଆଲୁଗା ପରିଧାନ କରାଯିବା ସହ ବେଶ କରାଯିବ। ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ। ସକାଳ ୮ରୁ ୯ଟା ୩୦ ମଧ୍ୟରେ ମହାପ୍ରଭୁଙ୍କୁ ରାଜାଧିରାଜ ବେଶ (ସୁନାବେଶ) କରାଯିବ। ଦିନ ୧୦ଟାରେ ବିମାନକୁ ଦିଅଁ ବିଜେ କରିବେ। ୧୧ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଅନୁଷ୍ଠିତ ହେବ। ଦିନ ୧ଟା ୩୦ସୁଦ୍ଧା ଭୋଗ ମଣ୍ଡପ ସମ୍ପନ୍ନ ହେବ। ରାତି ୯ଟାରେ ଦୋଳବେଦୀରୁ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ରାତି ୧୦ଟା ୧୫ରେ ସରସ୍ୱତୀ ମନ୍ଦିର ପାଖରେ ଭୋଗ ଓ ବନ୍ଦାପନା କରାଯିବ। ଏହାପରେ ଭିତର କାଠ ପାଖକୁ ଦିଅଁ ବିଜେ କରିବେ। ପ୍ରଭୁଙ୍କୁ କର୍ପୂର ଆଳତି ଓ ଜଳ ଲାଗି କରାଯିବ । ଲକ୍ଷ୍ମୀ ଓ ସରସ୍ୱତୀ ସିଂହାସନକୁ ଏବଂ ଦୋଳ ଗୋବିନ୍ଦ ଦକ୍ଷିଣ ଘରକୁ ବିଜେ କରିବେ। ରାତି ୧୦ଟା ୩୫ରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାବେଶ ମଇଲମ କରାଯିବ । ଏହାପରେ ମହାସ୍ନାନ ସମେତ ମଧ୍ୟାହ୍ନ ଧୂପ, ଦକ୍ଷିଣୀ ଘର ଭୋଗ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ଅନୁଷ୍ଠିତ ହେବ। ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହଙ୍କ ସମେତ ପରିଚାଳନା କମିଟି ସଭ୍ୟ, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories