www.samajalive.in
Monday, December 8, 2025
24.1 C
Bhubaneswar

ଦ୍ବିତୀୟ ବିବାହ କରିବେ ଦିବ୍ୟଶଙ୍କର

ଧର୍ମଗଡ଼/କଳହାଣ୍ଡି: ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପୁଣି ଥରେ ବାହା ହେବେ । ତେବେ ତାଙ୍କ ଠୁଁ ଢେର କମ ବୟସର ଜଣେ ଯୁବତୀଙ୍କୁ ବିବାହ କରୁଥିବା ନେଇ ଏବେ କଳାହାଣ୍ଡି ଜିଲାରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗ୍ରାମର ଜନୈକ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ଦ୍ୱିତୀୟ କନ୍ୟା ପ୍ରିୟଙ୍କାଙ୍କୁ ସେ ବିବାହ କରିବେ। ଦିବ୍ୟଶଙ୍କରଙ୍କ ଭାବି ପତ୍ନୀ ଭୁବନେଶ୍ବରରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆସନ୍ତା ୨୫ରୁ ୨୮ ତାରିଖ ମଧ୍ୟରେ ଶୁଭବେଳାରେ ପୁରୀର ଏକ ମନ୍ଦିରରେ ଉଭୟଙ୍କ ହସ୍ତଗଣ୍ଠି ପଡିବା ନେଇ ଚର୍ଚ୍ଚା ହେଉଛି। ତେବେ ଏହା ଉଭୟଙ୍କ ଦ୍ୱିତୀୟ ବିବାହ ବୋଲି ଜଣାପଡିଛି । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିବାବେଳେ ଯୁବତୀ ଜଣକ ଜୁନାଗଡ଼ ବ୍ଲକ ଘୁଲିଯୁବାରେ ବିବାହ କରିଥିଲେ । ତେବେ ଗତ ଦୁଇ ବର୍ଷ ହେବ ତାଙ୍କର ମଧ୍ୟ ଛାଡ଼ପତ୍ର ହୋଇଛି । ଅନେକ ସମୟରେ ବିବାଦୀୟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହୁଥିବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏଥର ତାଙ୍କ ଦ୍ବିତୀୟ ବିବାହକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories