www.samajalive.in
Sunday, December 7, 2025
16.1 C
Bhubaneswar

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଆଲୁମିନା ପରୀକ୍ଷଣ ପାଇଁ ପ୍ରଥମ ଇନ୍‌‌-ହାଉସ୍‌‌ ଲାବ୍ରୋଟୋରୀ ଉଦ୍‌ଘାଟିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଏହାର କାର୍ଯ୍ୟକ୍ଷମତା ପାଇଁ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଭାରତରେ ପ୍ରଥମ ଇନ୍‌‌-ହାଉସ୍‌‌ ଲାବ୍ରୋଟୋରୀ ଯାହାକି ଆନୁଷ୍ଠାନିକ ଭାବରେ ସମସ୍ତ ପ୍ରଯୁଜ୍ୟ ଭୌତିକ ଏବଂ ରାସାୟନିକ ପାରାମିଟରରେ ଆଲୁମିନା ପରୀକ୍ଷା କରିବାରେ ସକ୍ଷମ, ତାହା ଆଜି ଉଦ୍‌ଘାଟିତ ହୋଇଛି। ନ୍ୟାସନାଲ ଆକ୍ରିଡେସନ୍‌‌ ବୋର୍ଡ ଫର ଟେଷ୍ଟିଂ ଏବଂ କାଲିବ୍ରେସନ୍‌‌ ଲାବ୍ରୋଟୋରୀ(ଏନଏବିଏଲ) ବେଦାନ୍ତ ଲାଞ୍ଜିଗଡ଼ର ଗୁଣବତା ନିୟନ୍ତ୍ରଣ ଏବଂ ଲାବ୍ରୋଟୋରୀକୁ ଆଇଏସଓ ୧୭୦୨୫: ୨୦୧୭ ପ୍ରମାଣପତ୍ର ପ୍ରଦାନ କରିଛି, ଯାହାକି ଦକ୍ଷ ପରୀକ୍ଷଣ ପାଇଁ ଆବଶ୍ୟକତାକୁ ପୂରଣ କରେ।

ଏହି ସାର୍ଟିଫିକେଟ୍‌‌ ବିଶେଷ ଭାବରେ ଉଲ୍ଲେଖନୀୟ ଯେ, ବେଦାନ୍ତ ଲାଞ୍ଜିଗଡ଼ ଟିମ୍ ସ୍ୱାଧୀନ ଭାବରେ ସେମାନଙ୍କର ପ୍ରଥମ ପ୍ରୟାସରେ ଏବଂ ସ୍ୱଳ୍ପ ସମୟ ସୀମା ମଧ୍ୟରେ କମ୍ପାନୀର ବୈଷୟିକ କର୍ମଚାରୀଙ୍କ ବିସ୍ତୃତ କୌଶଳ ଏବଂ ଅଭିଜ୍ଞତାର ପ୍ରମାଣ ଅଟେ। ଲାବ୍ରୋଟୋରୀ ବର୍ତମାନ ଆନୁଷ୍ଠାନିକ ଭାବରେ କାଲସିଡେଡ୍‌‌ ଆଲୁମିନା ପାରାମିଟର ଯଥା ବଲ୍କ ସାନ୍ଧ୍ରତା,ବିଟ୍‌‌ ସର୍ଫେସ୍‌‌ ଏରିଆ,ଆଇରନ୍‌‌,ସିଲିକନ୍‌‌ ଏବଂ ସୋଡିୟମ୍‌‌ ପରୀକ୍ଷା କରିବାର କ୍ଷମତା ଉପରେ ପ୍ରମାଣିତ ହୋଇଛି। ଏହି ପ୍ରମାଣପତ୍ର ଉପରେ ନିଜର ମତାମତ ରଖି ଜି.ଜି. ପାଲ, ଡେପୁଟି ସିଇଓ ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି, ବେଦାନ୍ତର ଉଦ୍ୟମ ବ୍ୟବସାୟର ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକ୍ଷମ ଏବଂ ଗୁଣାତ୍ମକ ଉତ୍କର୍ଷତା ହାସଲ କରିବା ପାଇଁ ଉଦ୍ଦିଷ୍ଟ। ବୈଷୟିକ ଜ୍ଞାନ କୌଶଳ, ଡିଜିଟାଲ୍‌‌ ଉଦ୍ଭାବନ ଏବଂ ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟାର ବିସ୍ତୃତ ମିଶ୍ରଣ ଯୋଗୁଁ ଏହା ପାଇବାକୁ ଆମେ ସମର୍ଥ ହେଇଛୁ। ଆଇଏସଓ ପ୍ରମାଣପତ୍ର ଏକ ଅତିରିକ୍ତ ପୂର୍ଣ୍ଣତା ଭାବରେ ଆସିଥାଏ ଯାହାକି ଆମର ଉତ୍ପାଦ ଉପଲବ୍ଧ ମାନକ ଏବଂ ଶିଳ୍ପ ମାନଦଣ୍ଡ ସହିତ ଜଡିତ ହୋଇଛି। ବେଦାନ୍ତ ଲାଞ୍ଜିଗଡ଼ର ଗୁଣବତା ନିୟନ୍ତ୍ରଣ କାର୍ଯ୍ୟ ଏବଂ ଲାବ୍ରୋଟୋରୀରେ ଉତ୍ପାଦନର ତିନୋଟି ପର୍ଯ୍ୟାୟରେ ବ୍ୟାପକ ଯାଞ୍ଚ ହେବା ସହିତ ଗୁଣାତ୍ମକ ନିୟନ୍ତ୍ରଣକୁ ଏକ ବିସ୍ତୃତ ଆଭିମୁଖ୍ୟ ପ୍ରୟୋଗ କରିଥାଏ ଯଥା କଞ୍ଚାମାଲ ପରୀକ୍ଷଣଠାରୁ ଆରମ୍ଭ କରି ପ୍ରକ୍ରିୟା ପରୀକ୍ଷଣ ଏବଂ ଶେଷରେ ସମାପ୍ତ ପରୀକ୍ଷଣ ଇତ୍ୟାଦି।

- Advertisement -

ଆଲୁମିନା ଉତ୍ପାଦନ ପ୍ରକ୍ରିୟାରେ ଖର୍ଚ୍ଚ ହୋଇଥିବା ପ୍ରମୁଖ କଞ୍ଚାମାଲ ଯେପରିକି ବକ୍ସାଇଟ୍‌‌, ଚୂନ, କାଉଷ୍ଟିକ୍ୟାଣ୍ଡ୍‌‌ କୋଇଲା ବ୍ୟବହାର ପୂର୍ବରୁ କଠିନ ଗୁଣାତ୍ମକ ପରୀକ୍ଷା କରାଯାଇଥାଏ। ଲାବ୍ରୋଟୋରୀ ମଧ୍ୟ ଉତ୍ପାଦିତ ପ୍ରତ୍ୟେକ ବ୍ୟାଚ୍‌‌ ଆଲୁମିନା କୋରବା, ଛତିଶଗଡ଼ ଏବଂ ଝାରସୁଗୁଡା, ଓଡ଼ିଶାରେ ଆମର ସ୍ମେଲଟରକୁ ପଠାଯିବା ପୂର୍ବରୁ ଉଚ୍ଚ ଗୁଣବତା ଏବଂ ବୈଷୟିକ ମାନକ ସହିତ ମେଳ କରାଇଥାଏ। ଏହି ଗୁଣବତା ପ୍ରଥମେ କମ୍ପାନୀର କର୍ମଚାରୀଙ୍କୁ ଅନେକ ଗୁଣାତ୍ମକ ମାନଦଣ୍ଡ ପ୍ରତିଯୋଗିତାରେ ଯେପରିକି କ୍ୱାଲିଟି କନସେପ୍ଟ ରାଉରକେଲା, ନ୍ୟାସନାଲ କନଭେନସନ୍‌‌ ଅଫ୍‌‌ କ୍ୱାଲିଟି କନସେପ୍ଟ ଔରଙ୍ଗାବାଦ, ଚାମ୍ପିଅନ୍‌‌ ଅଫ୍‌‌ କ୍ୱାଲିଟି ଏବଂ ଅନ୍ୟାନ୍ୟ ଦେଶରେ ସାହାଯ୍ୟ କରିଛି। ଏହି ସଂସ୍ଥା ଏହାର କାର୍ଯ୍ୟରେ ଆଭ୍ୟନ୍ତରୀଣ ଆୟୋଜିତ ୩ ଦିନିଆ ଗୁଣାତ୍ମକ ସର୍କଲ୍‌‌ ଫେଷ୍ଟ ‘ଅଭିୟୁଦ’ ସହିତ ଦକ୍ଷ ଗୁଣାତ୍ମକ ସର୍କଲ ବିକାଶ ଉପରେ ମଧ୍ୟ ଧ୍ୟାନ ଦେଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories