www.samajalive.in
Saturday, December 6, 2025
17.1 C
Bhubaneswar

ରୋବୋଟିକ୍ ନିର୍ମାଣ କାରଖାନା ‘ଫାନୁକ୍‍’ ପରିଦର୍ଶନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜାପାନ୍‍ର ୟାମାନାସିସ୍ଥିତ ମୁଖ୍ୟ ପ୍ରଶାସନିକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଜାପାନ୍‍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମାଉଣ୍ଟ ଫୁଜି ସମ୍ମୁଖସ୍ଥ ପ୍ରାକୃତିକ ପରିବେଶଘେରା ଏକ ହୋଟେଲରେ ମୋଦୀଙ୍କୁ ସ୍ୱାଗତ ଜଣାଇଛନ୍ତି।

ପରେ ଶ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ସହ ୟାମାନାସିରେ ଥିବା ପ୍ରସିଦ୍ଧ ଅଟୋମେସନ ଏବଂ ରୋବୋଟିକ ନିର୍ମାଣ କାରଖାନା ‘ଫାନୁକ୍‍’ ପରିଦର୍ଶନ କରିଥିଲେ। ଦୁଇ ଦେଶ ମଧ୍ୟରେ ଅତ୍ୟାଧୁନିକ କାରିଗରି ବିଦ୍ୟା ସମେତ ଇଣ୍ଟରନେଟ୍‍ ଅଫ୍‍ ଥିଙ୍ଗ୍‍ସ୍‍ ଏବଂ ବୃହତ୍‍ ଡାଟା ବିକାଶ ଦିଗରେ ମିଳିତ ଗବେଷଣା ପାଇଁ ରାଜିନାମା ପରିପ୍ରେକ୍ଷୀରେ ଶ୍ରୀ ମୋଦୀ ସେହି କାରଖାନା ପରିଦର୍ଶନ କରିଛନ୍ତି। ୟାମାନାସିସ୍ଥିତ ଶ୍ରୀ ଆବେଙ୍କ ବାସଭବନରେ ଉଭୟ ନେତା ଅନୌପଚାରିକ କଥାବାର୍ତ୍ତା କରିବେ। ଉଭୟ ନେତା କାଇଜି ଏକ୍ସ୍‍ପ୍ରେସ୍‍ ଟ୍ରେନରେ ଆଜି ସନ୍ଧ୍ୟାରେ ଟୋକିଓ ଫେରିବେ। ଜାପାନ୍‍ ଗସ୍ତ ଅବସରରେ ସୋମବାର ତ୍ରୟୋଦଶ ଦ୍ୱିପକ୍ଷୀୟ ଶୀର୍ଷ ବୈଠକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories