www.samajalive.in
Saturday, December 6, 2025
15.1 C
Bhubaneswar

ବାଇକ ଧକ୍କାରେ ଜଣେ ପଥଚାରୀ ମୃତ

ବଣାଇଁ : ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଠାରେ ଏକ ବାଇକ ଧକ୍କାରେ ଜଣେ ପଥଚାରୀଙ୍କର ମୃତ୍ୟୁ ହୋଇଛି। ସୂୂଚନା ଅନୁଯାୟୀ ରବିବାର ସକାଳ ୧୧ଟା ସମୟରେ ଫୁଲଝର ଗ୍ରାମର ମନ୍ଦିର ସାହି ନିକଟରେ ସନାତନ ନାୟକ ନାୟକ (୨୦) ଫୁଲଝର ଗ୍ରାମରୁ କୌଣସି କାମ ପାଇଁ ଆସି ନିଜ ଗ୍ରାମକୁ ଫେରୁଥିଲେ। ବୁଧୁ ମୁଣ୍ଡାରୀ (୧୯) ଜଣେ ଯୁବକ ସେହି ରାସ୍ତାରେ ଚାଲି ଚାଲି ଯିବା ବେଳେ ବାଇକ୍‍ ଚାଳକ ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ମହୁଲପଦା ଥାନା ଅଧିକାରୀ ଜେ.କେ ବେହେରା, ଏଏସ୍‍ଆଇ ପ୍ରମୋଦ କୁମାର ଦଳ ଏବଂ ଜୟନ୍ତ କୁମାର ନାଏକ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories