www.samajalive.in
Friday, December 5, 2025
26.1 C
Bhubaneswar

ସରକାରୀ ଚାକିରି କରିଥିବା ନକଲି ମାଓବାଦୀ ଗିରଫ

ମାଲକାନଗିରି : ମାଓବାଦୀ ନାମରେ ଦୀର୍ଘ ଦିନ ଧରି ଜଣେ ରାଜସ୍ୱ ସୁପରଭାଇଜରଙ୍କୁ ଟଙ୍କା ଚାନ୍ଦା ମାଗି, ଟଙ୍କା ନ ଦେଲେ ହତ୍ୟା ଧମକ ଦେଉଥିବା ଅଭିଯୋଗରେ ମାଲକାନଗିରି ଜିଲାର ରାଜସ୍ୱ ବିଭାଗର ଜଣେ କିରାଣୀଙ୍କ ସମେତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ରବିବାରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‍.ପି. ଜଗମୋହନ ମୀନା ଓ ଏସ୍‍.ଡ଼ି.ପି.ଓ. ଶ୍ରବଣ ବିବେକ ସୂଚନା ଦେଇ କହିଛନ୍ତି ଯେ, ମୋଟୁ ତହସିଲରେ ରାଜସ୍ୱ ବିଭାଗ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଡ଼ି. ଚିନ୍ନା ରାଓଙ୍କୁ ୧୫ ଦିନ ହେବ ଏକ ମୋବାଇଲ୍‍ ଫୋନ୍‍ରେ ବାରମ୍ବାର ଫୋନ କରି ମାଲକାନଗିରି ମାଓ ଡ଼ିଭିଜନ୍‍ କମାଣ୍ଡର ରାମୁଡ଼ୁ କହୁଛି ବୋଲି କହି ଧମକ ଦେବା ସହ ୫ ଲକ୍ଷ ଟଙ୍କା ସଂଗଠନକୁ ଚାନ୍ଦା ଦେବା ପାଇଁ ଦାବି କରିଥିଲେ। ପ୍ରଥମେ ଶ୍ରୀ ଚିନ୍ନା ଡ଼ରି ଯାଇଥିଲେ ମାତ୍ର ପରେ ମାଲକାନଗିରି ଆଇ.ଆଇ.ସି ସୌମେନ୍ଦ୍ର ଶେଖର ତ୍ରିପାଠୀ ଏ ବିଷୟରେ ପ୍ରକାଶ କରିବା ପରେ ସେ ତାଙ୍କ ଠାରୁ ଲିଖିତ ଅଭିଯୋଗ ନେବା ପରେ ସେହି ଫୋନ କଲ୍‍ର ଡ଼ିଟେଲ ଆଣିବା ପରେ ସ୍ୱତନ୍ତ୍ର ଟିମ୍‍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।
ସୂଚନା ଅନୁଯାୟୀ, ଖଇରପୁଟ ତହସିଲର କନିଷ୍ଠ କିରାଣୀ କେଶବ ଖିଲଙ୍କ ଭୂମିକା ଥିବା ନେଇ ପୁଲିସକୁ ସୂଚନା ମିଳିବା ପରେ ସେ ହିଁ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସକୁ ସୂଚନା ମିଳିଥିଲା। ଏହା ପରେ ତା ଫୋନ କଲ୍‍କୁ ଟ୍ରାକ୍‍ କରିବା ପରେ ଉଭୟ ମାଓ କମାଣ୍ଡର ନାମରେ ଧମକ ଦେଉଥିବା ରାମ ମାଝୀ ଏବଂ କେଶବଙ୍କ ଫୋନ ଗୋଟିଏ ପଏଣ୍ଟରେ ଥିବା ଜାଣିବା ପୁଲିସ୍‍ ନିଜର ରଣ କୌଶଳ କ୍ରମେ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories