www.samajalive.in
Sunday, December 14, 2025
19.1 C
Bhubaneswar

ସମାଧାନ ପ୍ରତିଶ୍ରୁତି ପରେ ବିଦ୍ୟାଳୟ ଫାଟକରୁ ତାଲା ଖୋଲିଲେ ମହିଳା ଗୋଷ୍ଠୀ

ପାଟଣା: ସାହାରପଡା ବ୍ଲକ କୁଣ୍ଡଳା ଏମ କେ ଉଚ୍ଚ ବିଦ୍ୟାଳୟ ଫାଟକରେ ଆଜି ଗ୍ରାମର ୨୭ ଟି ଏସଏଚଜିର ମହିଳା ତାଲା ମାରି ଦେବାରୁ ଏଠାରେ ୩ ଘଣ୍ଟା ଧରି ଛାତ୍ରଛାତ୍ରୀ ମାନେ ବାହାରେ ଠିଆ ହୋଇ ରହିଥିଲେ। ତେବେ ଭୁବନେଶ୍ୱର ଗସ୍ତରେ ଥିବା ସାହାରପଡା ବ୍ଲକ ଓଡିଶା ଜୀବିକା ମିଶନ ଭାରପ୍ରାପ୍ତ ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରିୟ ରଞ୍ଜନ ଟୁଡୁ ଓ ବ୍ଲକ ଜୀବନ ଜୀବିକା ସଂଯୋଜିକା ସୁସ୍ମିତା ସାହୁ ଆନ୍ଦୋଳନକାରୀ ମହିଳାଙ୍କୁ ଫୋନ ଯୋଗେ ଆଲୋଚନା କରିଥିଲେ। ଆଲୋଚନା ପରେ ସେମାନଙ୍କ ଆପତ୍ତି ଅଭିଯୋଗ ଆସନ୍ତା ବୁଧବାର ସୁଦ୍ଧା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକାରୀ ମହିଳା ମାନେ ବିଦ୍ୟାଳୟ ଫାଟକରୁ ତାଲା ଖୋଲି ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଇ ପାଠ ପଢିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories