www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କଲେ ରାମନାଗୁଡା ଆର୍ଦଶ ବିଦ୍ୟାଳୟ ଛାତ୍ରୀ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଆର୍ଦଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ହାକାଥନ ଓଡ଼ିଶା ପ୍ରେନ୍ୟୁୟର ପ୍ରତିଯୋଗିତା ସ୍ଥାନୀୟ ଆଇଆଇଟି କଲେଜ ପରିସରରେ ୨ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ୯୭ଟି ପ୍ରକଳ୍ପ ମନୋନୀତ ହୋଇ ରାଜ୍ୟ ସ୍ତରରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାମନାଗୁଡାର ଏକାଦଶ ଶ୍ରେଣୀର ଛାତ୍ରୀ ପାୟଲ ପ୍ରଧାନ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିବା ସହିତ ଅତିଥି ମାନଙ୍କ ଗହଣରେ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। ତାଙ୍କଦ୍ୱାରା ପ୍ରସ୍ତୁତ ମୋବାଇଲ ଆପ ‘ସାଥୀ’ ଏସଏଚଜି ମହିଳା ମାନଙ୍କୁ ଏମ୍ ଡିଏମ୍ ସମ୍ପର୍କିତ କାର୍ଯ୍ୟକଳାପରେ ସାହାଯ୍ୟ କରି ସେମାନଙ୍କୁ ଅତ୍ୟଧିକ କାର୍ଯ୍ୟ ଚାପରୁ ମୁକ୍ତି ଦେବାର ପ୍ରୟାସ କରୁଥିବା ପାୟଲ ବର୍ଣ୍ଣନା କରିଛନ୍ତି। ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କାର ସ୍ୱରୂପ ନଗଦ ୫୦ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories