କେନ୍ଦୁଝରଗଡ଼ : ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ କାର୍ଯ୍ୟକାରୀ ବୈଠକ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପରିଷଦର ସଦସ୍ୟ ଜଗନ୍ନାଥ ଦେହୁରୀ, ମହେନ୍ଦ୍ର ନାୟକ, ବଳିଆ ଜୁଆଙ୍ଗ, ନରୋତ୍ତମ ନାୟକ, ଗିରିଧାରୀ ନାଏକ, ମଙ୍ଗଲ ମୁଣ୍ଡା, ଉମେଶ ଚନ୍ଦ୍ର ମୁର୍ମୁ, ବାସନ୍ତୀ ବେହେରା, ରମ୍ଭାବତୀ ଦେହୁରୀ, ସଞ୍ଜୀତ ମୁଣ୍ଡା, ଦୁର୍ଯ୍ୟୋଧନ ନାଏକ, ଦ୍ରୌପଦୀ ଦଣ୍ଡପାଟ, ବିଶେଷଜ୍ଞ ସଦସ୍ୟ ପରେଶ କୁଅଁର, ମାନସିଂ ଦୁର୍ଗାପ୍ରସାଦ ନାୟକ ଓ ସଦସ୍ୟା କମଳା ଥମ୍ବଙ୍କୁ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନାଏକ ଓ ଉପାଧ୍ୟକ୍ଷ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ପରିଷଦର ସଦସ୍ୟ ସଚିବ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଜିଲାରେ ଜନଜାତିଙ୍କ ବହୁବିଧ ବିକାଶ ଦିଗରେ ପରିଷଦ କିଭଳି ତା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁଚାରୁରୂପେ ତୁଲାଇବ ସେ ସମ୍ପର୍କରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟ ସଦସ୍ୟାଙ୍କ ସହଯୋଗ କାମନା କରିଥିଲେ। ଏଥିସହ ଶୁକ୍ରବାର ଅଡିଟୋରିୟମରେ ଅନୁଷ୍ଠିତ ହେବାକୁଥିବା ପରିଷଦର ସମୀକ୍ଷା ବୈଠକରେ ଯୋଗ ଦେବାକୁଥିବା ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମାଝୀଙ୍କ କାର୍ଯ୍ୟକ୍ରମକୁ କିଭଳି ସଫଳତାର ସହ ଆୟୋଜନ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
Popular Categories



