www.samajalive.in
Sunday, December 14, 2025
19.1 C
Bhubaneswar

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ପ୍ରତିବାଦ ସଭା

ବଡ଼ମ୍ବା : ବାରମ୍ବାର କେନ୍ଦ୍ର ସରକାର ରାଜ୍ୟର ବିକାଶ ଏବଂ ଉନ୍ନତିରେ ବାଧକ ସାଜୁଛନ୍ତି। ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ରାଜ୍ୟର କୋଟା ହ୍ରାସ କରୁଛନ୍ତି । ଦିନ ମଜୁରିଆ ଏବଂ ଗରିବଙ୍କ ହକରେ ଏଭଳି ଅଙ୍କୁଶ ତଥା ବିଭିନ୍ନ ଯୋଜନାରେ କାଟଛାଣ୍ଟ ଏବଂ ଅତ୍ୟାବଶ୍ୟକ ଜିନିଷର ଅହେତୁକ ଦରବୃଦ୍ଧିକୁ ବିଜୁ ଜନତା ଦଳ (ବିଜେଡି) ତୀବ୍ର ବିରୋଧ କରୁଛି । ଦଳର ଆହ୍ୱାନ କ୍ରମେ ବଡ଼ମ୍ବା ବ୍ଲକ ବିଜେଡି ତରଫରୁ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରତିବାଦ ସଭା କରାଯାଇଥିଲା । ବ୍ଲକ ବିଜେଡି ସଭାପତି ତଥା ଜିଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅନ୍ତର୍ଗତ ୩୮ଟି ପଞ୍ଚାୟତର ସମସ୍ତ ଛାମୁଆ ନେତା, ମହିଳା ମୋର୍ଚ୍ଚା, ଛାତ୍ର ଜନତା ପଦାଧିକାରୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଏଥିରେ ଯୋଗଦେଇଥିଲେ। କରୋନା ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ମୁଣ୍ଡପିଛା ଅଧିକ ୫ କେଜି ଚାଉଳ କେନ୍ଦ୍ର ସରକାର ବନ୍ଦ କରିବା ଏବଂ ନିୟମିତ ଭାବେ କୋଟାରେ ଖାଦ୍ୟ ସାମଗ୍ରୀ ମିଳୁନଥିବା ନେଇ ଦଳ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ସେହିଭଳି ଗ୍ରାମୀଣ ମହିଳାଙ୍କୁ ଉଜ୍ଜ୍ଵଳା ଯୋଜନାରେ ଅନ୍ତର୍ଭୁକ୍ତ କରି ରନ୍ଧନ ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ପେଟ୍ରୋଲ ଏବଂ ଡିଜେଲ ଦର ମାତ୍ରାଧିକ ବୃଦ୍ଧି କରିଥିବାରୁ ଏବେ ଏହାର ପ୍ରଭାବ ଦୈନନ୍ଦିନ ଜୀବନରେ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ବିଜେଡି ଦଳ ତରଫରୁ କେନ୍ଦ୍ରର ଏଭଳି ନୀତିକୁ ନିନ୍ଦା କରାଯାଇଛି । ମନରେଗା ଯୋଜନାରେ ପୂର୍ବଭଳି ଅର୍ଥ ମଞ୍ଜୁର ହେଉନଥିବାରୁ ଏବେ ଏହା ଗ୍ରାମୀଣ ବିକାଶ ତଥା ଦିନମଜୁରିଆଙ୍କ ଉପରେ ବାଧକ ସାଜିଥିବା ବିଜେଡି ଅଭିଯୋଗ କରିଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାତ୍ରାଧିକ କାଟଛାଣ୍ଟ ଏବଂ ଅନେକ ଗରିବ ଗୁରୁବା ଘର ଟିକିଏ କରିବାରୁ ବଞ୍ଚିତ ହେଉଥିବା ନେଇ ଦଳ ତରଫରୁ କ୍ଷୋଭ ପ୍ରକାଶ କରାଯାଇଛି । ସର୍ବୋପରି ଖାଇବା ତେଲ, ଡାଲି, ଚାଉଳ, ଅଟା ସମେତ ଅନେକ ଅତ୍ୟାବଶ୍ୟକ ଜିନିଷର ଦର ହୁ-ହୁ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ସରକାର ଏ ଦିଗରେ ନିରବଦ୍ରଷ୍ଟା ସାଜିଥିବାନେଇ ଦଳ ଆଶ୍ଚର୍ଯ୍ୟ ପ୍ରକାଶ କରିଛି । ଏହି କାରଣରୁ ତେଲଲୁଣ ସଂସାର କରିଥିବା ଗରିବର ମେରୁଦଣ୍ଡ ଦୋହଲି ଯାଇଥିବା ଅଭିଯୋଗ କରି ଦଳୀୟ ନେତା ଅନୁଷ୍ଠିତ ସଭାରେ ମୋଦି ସରକାରର ଆଛେ ଦିନ କେବେ ଆସିବ ବୋଲି ଗର୍ଜିଥିଲେ। ଆୟୋଜିତ ପ୍ରତିବାଦ ସଭାରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ପୂର୍ବତନ ଅଧ୍ୟକ୍ଷା ଅନସୂୟା ନାଏକ,ପୂର୍ବତନ ଅଧ୍ୟକ୍ଷ ପରମାନନ୍ଦ ସେଠୀ,ପ୍ରଦୀପ୍ତ କୁମାର ସ୍ୱାଇଁ,ଜିଲା ବିଜେଡି ଉପସଭାପତି ସରୋଜ କୁମାର ପଟ୍ଟନାୟକ,ଜିଲା ଯୁବ ଜନତା ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ,ପ୍ୟାରିମୋହନ ସ୍ୱାଇଁ,ସୁବାଷ ସାହୁ,ବୃନ୍ଦାବନ ପରିଡ଼ା,ସଦାନନ୍ଦ ସ୍ୱାଇଁ,ମଙ୍ଗୁଳି ସାହୁ,ମନୋରଞ୍ଜନ ମହାନ୍ତି,ବିଜୟ ପାଣି ,ପ୍ରଶନ୍ନ କୁମାର ମଲ୍ଲିକ,ବରଦା ପଟ୍ଟନାୟକ ଆଦି ଦଳର ବରିଷ୍ଠ ନେତାଙ୍କ ସମେତ ବିଜୁ ଯୁବ ଜନତା ବ୍ଲକ ସଭାପତି ଆଲୋକ ସାହୁ,ଅନାଦି ବେହେରା,ଜ୍ଞାନରଞ୍ଜନ ପରିଡ଼ା,ସୁଶାନ୍ତ ଜେନା,ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ବିଭିନ୍ନ ପଞ୍ଚାୟତର ନେତୃବର୍ଗ ଓ ନିର୍ବାଚିତ ଜନପ୍ରତିନିଧି ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଶେଷରେ କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବ ଏବଂ ନୀତି ବିରୁଦ୍ଧରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳତରଫରୁ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ବ୍ଲକ ଏବିଡିଓ ଯାଜ୍ଞସିନୀ ଗୋଛାୟତ  ଦାବିପତ୍ରକୁ ଦଳୀୟ ନେତୃବର୍ଗଙ୍କଠାରୁ ଗ୍ରହଣ କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories