www.samajalive.in
Monday, December 15, 2025
16.1 C
Bhubaneswar

ବଣ୍ଟା​‌ ହେବ ‘ମୋ ସାଇକଲ’, ପ୍ରସ୍ତୁତ ହେଉଛି ଏସଓପି

ଭୁବନେଶ୍ବର: ଅଚଳ ହୋଇପଡ଼ିଥିବା ମୋ ସାଇକଲକୁ ଲୋକକୁ ବଣ୍ଟାଯିବ। ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ଲୋକଙ୍କୁ ସାଇକଲ ବଣ୍ଟନ କରାଯାଉଛି। ଆଜି ଭୁବନେଶ୍ବରରେ ଅଚଳ ହୋଇପଡ଼ିଥିବା ସାଇକଲ ବଣ୍ଟନ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଅଚଳ ହୋଇପଡ଼ିଥିବା ସାଇକଲକୁ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। ଏଥିପାଇଁ ‘ଏସଓପି’ ପ୍ରସ୍ତୁତ ହେଉଛି, ସେହି ଅନୁସାରେ ସାଇକଲ ବଣ୍ଟନ କରାଯିବ। ବଣ୍ଟନ ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ସାଇକଲ ବିଏମସି ସଜାଡୁଛି ବୋଲି ବିଏମସି କମିଶନର ପ୍ରକାଶ କରିଛନ୍ତି।

୨୬ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ପବ୍ଲିକ୍‍ ବାଇସାଇକଲ୍‍ ସେୟାରିଂ(ପିବିଏସ୍‍) ଆରମ୍ଭ ହୋଇଥିଲା। ୟାନା ଓ ୟୁଲୁ କମ୍ପାନୀର ୫୦୦ ଲେଖାଏଁ ଏବଂ ହେକ୍ସିର ୧୦୦୦ ଏପରି ମୋଟ ୨ହଜାର ମୋ ସାଇକଲ କିଣିଥିଲା ସ୍ମାର୍ଟସିଟି। କ୍ୟାପିଟାଲ୍‍ ରିଜିଅନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ମୋ ସାଇକଲ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏହି ସାଇକଲ ମଧ୍ୟରୁ ଏବେ ୧୬ଶହ କାର୍ଯ୍ୟକାରୀ ଅବସ୍ଥାରେ ଥିବାବେଳେ ୪୦୦ ମରାମତି ହେଉଛି। ଶିଶୁଭବନ ଛକଠାରୁ ବାଣୀବିହାର ଏବଂ ପଟିଆ ଛକଠାରୁ ଇନ୍‍ଫୋସିଟି ଦେଇ କିଟ୍‍ ପର୍ଯ୍ୟନ୍ତ ସାଇକଲ ଟ୍ରାକ୍‍ର ଉନ୍ନତି ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ରାହାଗିରି ଏବଂ ପଥ ଉତ୍ସବ ନିମନ୍ତେ ପାଖାପାଖି ୪ଶହ ସାଇକଲ ବିଏମ୍‌ସି ହାତକୁ ଆସିଥିଲା। କିଛି ସଂସ୍ଥା ଏବଂ ବ୍ୟକ୍ତିବିଶେଷ ବିଏମ୍‌ସିକୁ ସାଇକଲ ଦେଇଥିଲେ। ହେଲେ ଏଗୁଡ଼ିକ ଏବେ ବିଏମ୍‌ସି ସଙ୍ଗାରେ ପଡ଼ିଛି। ବର୍ତ୍ତମାନ ଆଉ ପାଖାପାଖି ଦେଢ଼ ଶହ ସାଇକଲ ଥିଲେ ବି ଏଗୁଡ଼ିକ ଅଚଳ ଅବସ୍ଥାରେ ଅଛି। ମରାମତି କାମ ଚାଲିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories