www.samajalive.in
Monday, December 15, 2025
16.1 C
Bhubaneswar

ଡ଼ମ୍ବା ବ୍ଲକରେ ୫୭ହଜାର ୬୮୨ କ୍ୱିଣ୍ଟାଲ ଧାନ ସଂଗ୍ରହ

ବଡ଼ମ୍ବା : ମଣ୍ଡିରେ ଖରିଫ ଧାନ ସଂଗ୍ରହ,ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ବିଦ୍ୟାଳୟ ସମୁହରେ ମଧ୍ୟାହ୍ନ ଭୋଜନ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ସମବାୟ ସମିତିର ସଭାପତି, ନିର୍ଦେଶକ, ସମ୍ପାଦକଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧି ଯୋଗ ଦେଇଥିଲେ । ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ଜିଲା ଯୋଗାଣ ବିଭାଗ ଅଧିକାରୀ ମାନସରଞ୍ଜନ ମହାପାତ୍ର, ଅତିରିକ୍ତ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକ ବ୍ରଜେନ୍ଦ୍ର କୁମାର ମହାନ୍ତି, ଉପ ସହକାରୀ ନିବନ୍ଧକ ସଞ୍ଜୀବ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରତିନିଧି ଯୋଗଦେଇ ସମସ୍ତ ବିଷୟରେ ତଥ୍ୟ ସହିତ ଆଲୋଚନା କରିଥିଲେ।

ସୂଚନାନୁଯାୟୀ ଚଳିତବର୍ଷ ବଡ଼ମ୍ବା ବ୍ଲକରେ ମଣ୍ଡିରେ ସୂଚାରୁରୁପେ ଖରିଫ ଧାନ ବିକ୍ରୟବଟ୍ଟା ହୋଇପାରିଥିବାରୁ ବିଧାୟକ ଶ୍ରୀ ମିଶ୍ର ଏନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବ୍ଲକ ଅଧିନସ୍ଥ ସମୁଦାୟ ୨୧ଟି ମଣ୍ଡିରେ ବୁଧବାର ସୁଦ୍ଧା ଗତବର୍ଷ ୫୭ ହଜାର ୬୮୨ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧିପାଇ ୧ଲକ୍ଷ ୯ହଜାର ୭୪୫ କ୍ୱିଣ୍ଟାଲ ହୋଇସାରିଥିବା ଜଣାଯାଇଛି । ମାର୍ଚ୍ଚମାସ ଶେଷ ସୁଦ୍ଧା ଅର୍ଥାତ୍ ମଣ୍ଡି ବନ୍ଦ ହେବା ସୁଦ୍ଧା ଦେଢ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହେବାକୁ ବୈଠକରେ ଲକ୍ଷଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରୀତିମତ ବଡ଼ମ୍ବା ବ୍ଲକରେ ପରିଚାଳନାଗତ ଅବ୍ୟବସ୍ଥା ରହୁଥିବା ନେଇ ଜନପ୍ରତିନିଧିଙ୍କ ସମେତ ବିଧାୟକ ଶ୍ରୀ ମିଶ୍ର ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ପଡ଼ିକାର୍ଡ଼ ବଣ୍ଟନ ବ୍ୟବସ୍ଥା ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନରେ ସୁଧାର ଆସୁନଥିବା ନେଇ ସମସ୍ୟା ଲାଗିରହିଥିବା ବୈଠକରେ ଜଣାଯାଇଥିଲା। ବ୍ଲକରେ ଜଣେ ଦକ୍ଷ ଯୋଗାଣ ଅଧିକାରୀଙ୍କ ନିଯୁକ୍ତି ସହିତ ଚଳିତମାସ ଶେଷସୁଦ୍ଧା ସମସ୍ତ ବକେୟା ପ୍ରାପ୍ୟ ଖାଉଟିଙ୍କୁ ପ୍ରଦାନ ଦିଗରେ ଅଗ୍ରାଧିକାର ଦେବାକୁ ବୈଠକରେ ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିଭଳି ବିଦ୍ୟାଳୟ ସମୁହରେ ଡିସେମ୍ବର ସୁଦ୍ଧା ବିଗତ ୩ମାସର ମଧ୍ୟାହ୍ନ ଭୋଜନ ଚାଉଳ ମିଳିଥିବା ବେଳେ ଅନ୍ୟବାବଦକୁ ଆବଶ୍ୟକ ଅର୍ଥ ମିଳିନଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଏ ସଂକ୍ରନ୍ତାରେ ଉପଜିଲାପାଳ ତଦାରଖ କରି ବିହିତ ପଦକ୍ଷେପ ନେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଡିଓ ରମେଶ କୁମାର ଜେନା, ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାନନ୍ଦ ସ୍ୱାଇଁଙ୍କ ସମେତ ବିଭାଗୀୟ ଅଧିକାରୀ ବହୁସଂଖ୍ୟାରେ ଉକ୍ତ ବୈଠକରେ ଯୋଗଦେଇଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories