www.samajalive.in
Sunday, December 7, 2025
26.1 C
Bhubaneswar

ଟଳିଲା ଅଘଟଣ : ଗୋଦାବରୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ତେଲେଙ୍ଗାନା : ତେଲେଙ୍ଗାନାର ବିବିନଗରରେ ବୁଧବାର ସକାଳେ ରେଳ ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଲେଙ୍ଗାନାର ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବିଶେଷଙ୍କର କିଛି କ୍ଷତି କିମ୍ବା କେହି ଆହତ ହୋଇ ନାହାଁନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦକ୍ଷିଣ-ମଧ୍ୟ ରେଲୱେର ଅଧିକାରୀ କେଉଁ କାରଣରୁ ଦୁର୍ଘଟଣା ଘଟିଛି, ସେନେଇ ତଦନ୍ତ ଜାରି ରଖିଛନ୍ତି।
ରିପୋର୍ଟ ଅନୁଯାୟୀ, ବିବିନଗର-ଘାଟକେସର ମଧ୍ୟରେ ଗୋଦାବରୀ ଏକ୍ସପ୍ରେସ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଥିଲା। ଅଧିକାରୀଙ୍କ କହିବାନୁଯାୟୀ, ଟ୍ରେନର କୋଚ୍‌‌ ଏସ୧ ରୁ ଏସ୪,ଜିଏସ ଓ ଏସଏଲଆର ଧାରଣାରୁ ଖସିଥିଲେ। ଟ୍ରେନର ଯେଉଁ ବଗି ଲାଇଚ୍ୟୁତ ହୋଇ ନଥିଲା, ତାହାକୁ ଅଲଗା କରି ପଠାଯାଇଥିଲା। ଦକ୍ଷିଣ-ମଧ୍ୟ ରେଲୱେ ଯାତ୍ରୀମାନଙ୍କ ସହ ଜଡିତ ତଥ୍ୟ ପାଇଁ ସହାୟତା ନମ୍ବର ୦୪୦୨୭୭୮୬୬୬୬ ଜାରି କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories