ଭୟଙ୍କର ଟ୍ରେନ୍‌‌ ଦୁର୍ଘଟଣା ; ୪୫ ଟ୍ରେନ୍‌‌ ବାତିଲ୍‌‌

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କଣ୍ଟାକାପାଲି ଏବଂ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଭୟଙ୍କର ରେଳ ଦୁର୍ଘଟଣା ଯୋଗୁଁ ୪୫ଟି ଟ୍ରେନ୍‌‌କୁ ବାତିଲ କରାଯାଇଥିବା ନେଇ ସୋମବାର ଖବର ମିଳିଛି। ଚେନ୍ନାଇ-ପୁରୀ ଏକ୍ସପ୍ରେସ, ତିରୁପତି-ବିଶାଖାପାଟଣା ପାସେଞ୍ଜର, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ରାୟପୁର-ବିଶାଖାପାଟଣା ,ପଲାସା-ବିଶାଖାପାଟଣା, ପାରାଦୀପ-ବିଶାଖାପାଟଣା, ରାୟଗଡା-ଗୁଣପୁର ବାତିଲ୍‌‌ କରାଯାଇଛି। ଏହାସହ ୨୬ଟି ଟ୍ରେନ୍‌‌ର ଗତିପଥ ପରିବର୍ତ୍ତନ କରାଯାଇଛି। ୧୧ଟି ଟ୍ରେନ୍‌‌ ଆଂଶିକ ବାତିଲ୍‌‌ ହୋଇଛି। ୬ଟି ଟ୍ରେନ୍‌‌ର ଛାଡିବା ସମୟରେ ପରିବର୍ତ୍ତନ କରାଯାଇଛି। ଏହାସହ ଅପରାହ୍ଣ ୪ଟା ସୁଦ୍ଧା ମରାମତି କାମ ସରିବା ନେଇ ସିପିଆର୍‌‌ଓଙ୍କ ପକ୍ଷରୁ ସୂଚନା ମିଳିଛି।

Comments are closed.