ବୌଦ୍ଧ: ବୌଦ୍ଧ ସହରର ବିଭିନ୍ନ ମନ୍ଦିର ବିକାଶ ଏବଂ ସୌନ୍ଦର୍ୟ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ମହାଶିବରାତ୍ରୀ ମହାସମାରୋହରେ ପାଳନ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି। ଶିବରାତ୍ରୀ ସମାପନ ପରେ ବୈଠକରେ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରି ବିକାଶ ଉପରେ ଧ୍ୟାନ ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ପୂଜକ ପ୍ରଦୀପ କୁମାର ବିଶି, ଟୁନା ବିଶି, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦକ ପ୍ରଦୀପ ମହାରଣା, କୋଷାଧକ୍ଷ ଟୁନୁରାମ ଆଗ୍ରୱାଲ୍ଲା, ସଦସ୍ୟ ଦେବାଶିଷ ପୁରୋହିତ, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।
Popular Categories



