www.samajalive.in
Sunday, December 14, 2025
17.1 C
Bhubaneswar

ବାଘ ବଜାରୀ ଡ୍ୟାନ୍ସ ଅଫ୍‌ ଟାଇଗର୍ସ ଚଳଚ୍ଚିତ୍ରର ପୋଷ୍ଟର ଏବଂ ଟ୍ରେଲର ରିଲିଜ୍‌

ଭୁବନେଶ୍ଵର – ବାଘ ବଜାରୀ ଡ୍ୟାନ୍ସ ଅଫ୍‌ ଟାଇଗର୍ସ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲର ମୁକ୍ତି ଲାଭା କରିଛି। ରାଜଧାନୀର ଗୀତ ଗୋବିନ୍ଦ ଭବନରେ ଏହାର ପୋଷ୍ଟର ଏବଂ ଟ୍ରେଲର ମୁକ୍ତିଲାଭ କରିଥିଲେ । ୪ ଜଣ ବନ୍ଧୁଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଓଡିଶାର ଜଙ୍ଗଲରୁ ପଶୁ ଶିକାର ଏବଂ ଏମାନଙ୍କର ମୂଲ୍ୟବାନ ଛାଲର କଳାବଜାରୀ ଭିତରେ ଛକାପଞ୍ଝା ଏହା ହେଉଛି ଚଳଚ୍ଚିତ୍ର କାହାଣୀର ପୃଷ୍ଟଭୂମି ।

- Advertisement -

ଏହି କାର୍ଯ୍ୟକ୍ରମରେ ପ୍ରମେୟର ମୁଖ୍ୟ ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର ମୁଖ୍ୟ ଅତିଥି ପ୍ରତିଷ୍ଠିତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଣବ ଦାସ ଓ ନାଟ୍ୟକାର ବିଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭଞ୍ଜନଗରର ପ୍ରସିଦ୍ଧ ମହେନ୍ଦ୍ର ପାତ୍ରଙ୍କ ବାଘ ନାଚ ଗ୍ରୁପ ମଧ୍ୟ ଏଥିରେ ସେମାନଙ୍କର ନାଚ ପ୍ରଦର୍ଶନ କରିଛନ୍ତି ।

ଫିଲ୍ମରେ ହର ରଥ, ପ୍ରିତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ତିଳୋତ୍ତମା ସାହୁ, ବୁଲୁ ପଣ୍ଡା, ଜୟନ୍ତ ସାନ୍ତରା, ଶିବାନୀ ଖରା, ଦୁର୍ଯ୍ୟୋଧନ, ଦେବଦତ୍ତ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ସେହିପରି ଟିଭି ସାମ୍ୱାଦିକ ଦେବାଶିଷ ରାଉତ, ସଞ୍ଜୟ ସାହୁ, ହୃଦାନନ୍ଦ ପଟନାୟକ ଓ ଲୋହିତ ମହାପାତ୍ରଙ୍କୁ ଏଥିରେ ଦେଖିବା ପାଇଁ ମିଳିବ ।

ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ମିହିର ରଞ୍ଜନ ଆଚାର୍ଯ୍ୟ ଲେଖିଥିବା ବେଳେ ଦେବଦତ୍ତ ପ୍ରଧାନ ଓ ମିହିର ରଞ୍ଜନ ଆଚାର୍ଯ୍ୟ ମିଳିତ ଭାବେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଦୁଇଟି ଗୀତ ଅଛି ଯାହାକୁ ନାଟ୍ୟକାର ବିଜୟ ଦାସ ଲେଖିଥିବା ବେଳେ ସଙ୍ଗୀତ ନିର୍ଦେଶନା ମଧ୍ୟ ଦେଇଛନ୍ତି । ଫିଲ୍ମର ଅଧିକାଂଶ ଭାଗ ବଡ଼ମ୍ବା, ଖୋର୍ଦ୍ଧା ଓ ଭୁବନେଶ୍ଵର ଉପକଣ୍ଠରେ ସୁଟିଂ କରାଯାଇଛି । ଜଣାଶୁଣା ସିନେମାଟୋଗ୍ରାଫର ବିଭୁ ପ୍ରସାଦ ମିଶ୍ର ଫିଲ୍ମର କ୍ୟାମେରା ପରିଚାଳନା କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories