www.samajalive.in
Monday, December 15, 2025
17.1 C
Bhubaneswar

ବିଦେଶରେ ସ୍ଵର୍ଣ୍ଣ ପଦକ ଜିତିଲେ ନବରଙ୍ଗପୁରର ବାପା-ପୁଅ

ନବରଙ୍ଗପୁର: ଚଳିତ ମାସ ୧୧ ଓ ୧୨ ଫେୃଆୟାରୀରେ ଜାପାନର କେଶାରଜୁ, ଚିବାକାନ ସହର ଟୋକିଓରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ବାପାପୁଅ ଯୋଡ଼ି ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଅନ୍ତର୍ଜାତୀୟ କରାଟେ ଏବଂ କୋବୁଡୁ( ଅସ୍ତ୍ରଶସ୍ତ୍ର ଚାଳନା)ର ପ୍ରଶିକ୍ଷକ ସେନ୍‌ସାଇ ଶରତ କୁମାର ରାଉତ ଓ ତାଙ୍କ ପୁତ୍ର ଅନ୍ତର୍ଜାତୀୟ କରାଟେ କ୍ରୀଡାବିତ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହିର୍ଲି, ନବରଙ୍ଗପୁରର ଷଷ୍ଠ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ରାଉତ ଏହି ବିଶ୍ଵ କରାଟେ ପ୍ରତିଯୋଗିତାରେ ଖେଳି ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଜିଲା, ରାଜ୍ୟ ତଥା ଦେଶର ନାମକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି ଏହି ବାପା-ପୁଅ ଯୋଡ଼ି।

ସନ୍ଦୀପ କୁମାର ରାଉତ ୧୫ ବର୍ଷରୁ କମ୍ ବ୍ୟକ୍ତିଗତ କରାଟେ କାତା ଇଭେଣ୍ଟରେ ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଦେଖାଇ ପ୍ରଥମ ସ୍ଥାନରେ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସେନ୍‌ସାଇ ଶରତ କୁମାର ରାଉତ ୫୫ ବର୍ଷରୁ କମ ବ୍ଲାକବେଲ୍ଟ ମାଷ୍ଟର୍ସ କାତା ଇଭେଣ୍ଟରେ ନିଜର ଚମତ୍କାରିତା ଦେଖାଇ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ କରାଟେ ସ୍ଵର୍ଣ୍ଣ ପଦକ ବିଜେତା ଏହି ବାପ ପୁଅ ଯୋଡ଼ିଙ୍କୁ ବିଶ୍ୱ କରାଟେ ଫେଡେରେସନର ପ୍ରତିଷ୍ଠାତା ଗ୍ରାଣ୍ଡ ମାଷ୍ଟର ନିମୁରା କେଞ୍ଜି ସାନ ଏବଂ ସମ୍ପାଦକ ମାସାକି କେଞ୍ଜୀ ସାନ ସ୍ଵର୍ଣ୍ଣ ପଦକ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ବିଶ୍ଵ କରାଟେ ଫେଡେରେସନର ସଭାପତି କେ. ଭି. ମନହାରନ ଉପସ୍ଥିତ ରହି ଭାରତ ପାଇଁ ଗୌରବ ଆଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଯୋଗୀତାରେ ସେନ୍‌ସାଇ ଶରତ କୁମାର ରାଉତଙ୍କୁ ଇଣ୍ଡିଆ ଆମ୍ବାସାଡ଼ର୍ ଭାବେ ନିଯୁକ୍ତି ଓ କାର୍ଯ୍ୟଭାର ଦିଆଯାଇଛି। ବିଦେଶରେ ନବରଙ୍ଗପୁର ଜିଲା ନାମ ଆଗକୁ ବଢ଼ାଇଥିବାରୁ ଉପସଭାପତି ଏମ. ବାଲା କୃଷ୍ଣ ରାଓ, କ୍ରୀଡ଼ା ସଂଘର ସହ ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, ଜିଲା ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ସମେତ ଜିଲାର କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ଵ କରାଟେ କ୍ରୀଡା ଜଗତରେ ନବରଙ୍ଗପୁର ଜିଲାର ମାନସମ୍ମାନକୁ ଏହି ବାପା ପୁଅ ବୃଦ୍ଧି କରିଥିବାରୁ ନବରଙ୍ଗପୁର ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିବା ପାଇଁ ଜିଲାର କ୍ରୀଡାବିତ ଓ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories