www.samajalive.in
Monday, December 15, 2025
17.1 C
Bhubaneswar

ଅଛି କି ଏଭଳି ଅଭ୍ୟାସ ? ଆସେ ଦାରିଦ୍ର୍ୟତା..

ବାସ୍ତୁ ଶାସ୍ତ୍ରରେ ଦିଗର ମହତ୍ତ୍ୱ ସହ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନ ସହ ଅନେକ ଉପାୟ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହା ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିଥାଏ। ସେଭଳି ଅନେକ ସମୟରେ ଦେଖାଯାଏ ଲୋକେ ପରସ୍ପର ଠାରୁ କିଛି ଜିନିଷ ଆଣି ଥାଆନ୍ତି ଓ ଦେଇଥାଆନ୍ତି ମଧ୍ୟ। ବାସ୍ତୁ ଶାସ୍ତ୍ର ନିୟମ ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହା ଅନ୍ୟ ଠାରୁ ମାଗି କରି ଆଣିବା ଉଚିତ ନୁହେଁ କିମ୍ବା ଦେବା ମଧ୍ୟ ଉଚିତ ନୁହେଁ। ଏହାକୁ ଅଶୁଭ କୁହାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ବାସ୍ତୁ ଅନୁଯାୟୀ ଏହି ଜିନିଷର ଆଦାନ ପ୍ରଦାନ କରିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..

ବିଶେଷ କରି ଦେଖାଯାଏ, ମହିଳା କିମ୍ବା ଯୁବତୀମାନେ କୌଣସି ପୂଜାପର୍ବ, ବିବାହ, ଉତ୍ସବ, ପୂଜାପାଠ, ଧାର୍ମିକ ଆଦି ଆୟୋଜନ ସମୟରେ ପୋଷାକ ସହ ମେଳ ଖାଉଥିବା ବିଭିନ୍ନ ଅଳଙ୍କାର ପିିନ୍ଧିବାକୁ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଅନ୍ୟ ଠାରୁ ମାଗି କରି ଆଣନ୍ତି। କିମ୍ବା ଅନ୍ୟକୁ ଦେଇ ମଧ୍ୟ ଥାଆନ୍ତି। ମାତ୍ର ଏଭଳି କରିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଗ୍ରହଙ୍କ କୁପ୍ରଭାବ ପଡିଥାଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

- Advertisement -

ପୁସ୍ତକ ଓ କଲମ ଦ୍ୱାରା ବିଦ୍ୟା ପ୍ରାପ୍ତ ହୋଇଥାଏ। ବାସ୍ତୁ ଅନୁଯାୟୀ, ପୁସ୍ତକକୁ ମାଗି କରି ଆଣି ପଢି ଫେରାଇବା ଆଦି କରନ୍ତୁ ନାହିଁ। କିମ୍ବା ଅନ୍ୟକୁ ଦେବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଜ୍ଞାନ ସଠିକ୍‌‌ ଭାବେ ପ୍ରାପ୍ତି ହୋଇ ପାରି ନଥାଏ।

ବାସ୍ତୁ ଅନୁଯାୟୀ, ଜୋତା-ଚପଲ ମଧ୍ୟ ଆଦାନ ପ୍ରଦାନ କରିବା ଉଚିତ ନୁହେଁ। କଦାପି ଅନ୍ୟ କାହାର ଜୋତା ଚପଲ ବ୍ୟବହାର କରିବା ଉଚିତ ନୁହେଁ କିମ୍ବା ଅନ୍ୟକୁ ବ୍ୟବହାର ପାଇଁ ଦେବା ମଧ୍ୟ ଉଚିତ ନୁହେଁ। ଯେଉଁମାନେ ଜୋତା-ଚପଲ ଆଦି ଆଦାନ ପ୍ରଦାନ କରିଥାଆନ୍ତି, ସେମାନଙ୍କ ଜୀବନରେ ଦାରିଦ୍ର୍ୟତା ତଥା ଆର୍ଥିକ କ୍ଷେତ୍ରରେ ଅଭାବ ଲାଗି ରହେ। ଟଙ୍କାର ଅଭାବ ହୋଇଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଅନେକ ସମୟରେ ଦେଖାଯାଏ ଅଧିକାଂଶ ଲୋକେ ଅନ୍ୟ ପାନିଆ ବ୍ୟବହାର କରିଥାଆନ୍ତି। ଏହି ଅଭ୍ୟାସ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଭାଗ୍ୟରେ ମଧ୍ୟ କୁପ୍ରଭାବ ପଡିଥାଏ।

ବାସ୍ତୁ ଅନୁଯାୟୀ, ସୂର୍ଯ୍ୟୋସ୍ତ ପରେ କଦାପି ଲୁଣ ମାଗି କରି ଆଣନ୍ତୁ ନାହିଁ। କିମ୍ବା ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖସମୃଦ୍ଧି ଦୂରେଇ ଯାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories