www.samajalive.in
Monday, December 8, 2025
16.1 C
Bhubaneswar

ବାଙ୍କୀ ମହୋତ୍ସବର ତୃତୀୟ ସନ୍ଧ୍ୟା

କଳାପଥର(ବାଙ୍କୀ): ବାଙ୍କୀ ମହୋତ୍ସବର ତୃତୀୟ ସନ୍ଧ୍ୟା ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସଭାପତି ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି କଚେରୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଯୁକ୍ତି ଓ କ୍ରୀଡ଼ା, ଯୁବସେବା ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ବାଙ୍କୀ ମାଟିର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ ଓ ଲୋକାଭିମୁଖି କରୁଛି ବାଙ୍କୀ ମହୋତ୍ସବ। ବାଙ୍କୀ ମହୋତ୍ସବ ଆମର ସଂସ୍କୃତି ଓ ଐତିହ୍ୟର ଧାରାକୁ ଅଧିକ ଗତିଶୀଳ ଓ ଆକର୍ଷଣ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଚେନତାର ବିକାଶରେ ସହାୟକ ହେବ। ନିଆଳି ବିଧାୟକ ଡଃ ପ୍ରମୋଦ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଓଡ଼ିଶାର ଶକ୍ତିପୀଠମାନଙ୍କ ମଧ୍ୟରେ ବାଙ୍କୀର ମା’ଚର୍ଚ୍ଚିକାଙ୍କ ପବିତ୍ର ପୀଠସ୍ଥଳୀ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରେ। ଏହି ପୀଠର ଅନନ୍ୟ ସଂସ୍କୃତି, ଇତିହାସ, ଐତିହ୍ୟ ଓ ପରମ୍ପରା ଯୋଗୁଁ ବର୍ଷ ସାରା ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ଓ କରୁଣାଲାଭ ନିମନ୍ତେ ଛୁଟି ଆସନ୍ତି। ଅନ୍ୟତମ ସମ୍ମାନିତ ଅତିଥି ରୂପେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଏ ମାଟିର ଯୋଗ୍ୟ ସନ୍ତାନମାନଙ୍କର ଜୀବନାଦର୍ଶ ଯୁବପିଢ଼ୀମାନଙ୍କ ସମ୍ମୁଖରେ ତୋଳି ଧରିବା ସହିତ ସ୍ଥାନୀୟ ବିକାଶ ଦିଗରେ ବାଙ୍କୀ ମହୋତ୍ସବ ଆୟୋଜନ ମୁଖ୍ୟ ଭୂମିକା ଗ୍ରହଣ କରିବ। ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଲେ ଯେ ବାଙ୍କୀର ଉଚ୍ଚ ସାଂସ୍କୃତିକ ଐତିହ୍ୟିର ପ୍ରସାର ଓ ପ୍ରଚାର ଲକ୍ଷ ନେଇ ମହୋତ୍ସବ ଆରମ୍ଭ ହୋଇଛି। ଉଚ୍ଚକୋଟୀର ସାଂସ୍କୃତିକ ବାତାବରଣ ମଧ୍ୟରେ ନୃତ୍ୟ ସଙ୍ଗୀତ ମୁଖରିତ ଉତ୍ସବଟି କଳାରେ ଋଚି ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ଆକର୍ଷିତ କରିବ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଉପସଭାପତି ସୌମେନ୍ଦ୍ର ମିଶ୍ର ଓ ଅନୁପ୍ ବଥୁଆଲ୍ ଯୋଗ ଦେଇ କହିଲେ ଯେ ବାଙ୍କୀ ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ସାଂସ୍କୃତିକ ଭାବ ବିନିମୟର ଗୋଟିଏ ପ୍ରକୃଷ୍ଟ ମଞ୍ଚ। ପାରମ୍ପରିକ କଳାର ଗୁଣାତ୍ମକ ଅଭିବୃଦ୍ଧି ହେବା ସହିତ କଳାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ଏହା ସକ୍ଷମ ହେବ। କଳା, ସଂସ୍କୃତି ଓ ପରମ୍ପରାରେ ରହିଥିବା ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ରତାକୁ ବଜାୟ ରଖିବାକୁ କରାଯାଉଥିବା ଉଦ୍ୟମର ସଫଳତା ସହ “ବାଙ୍କୀ ମହୋତ୍ସବ” ଅବସରରେ ବାଙ୍କୀ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ପ୍ରଧାନ ବିଶେଷ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉଦବୋଧନ ଦେଇଥିଲେ। ସବିତାରାଣୀ ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ “ଉର୍ବଶୀ କାବ୍ୟ” ଉନ୍ମୋଚିତ କରାଯାଇଥିଲା। କ୍ରୀଡ଼ା ପୁରସ୍କାର ବିତରଣ କାର୍ଯ୍ୟ ମହୋତ୍ସବ କ୍ରୀଡ଼ା ସମ୍ପାଦକ ସନ୍ତୋଷ କୁମାର ରଣା ପରିଚାଳନା କରିଥିଲେ। ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉତ୍ସବରେ ସଭାପତିତ୍ୱ କରି କହିଲେ ଯେ ବାଙ୍କୀ ମହୋତ୍ସବ ଓ ଏହିଭଳି ସଂଗଠିତ ଉତ୍ସବ, ସାଂସ୍କୃତିକ ଜାଗରଣ, ସାହିତ୍ୟିକ ସୃଷ୍ଟି, କଳା ପ୍ରଦର୍ଶନ ଓ କବି, କଳାକାର ଗୋଷ୍ଠୀ ନିଜ ମନରେ ପାରମ୍ପରିକତା ମଧ୍ୟରେ ସାହାସ ସଞ୍ଚୟକରୁ। ମହୋତ୍ସବ ସମ୍ପାଦକ ଡଃ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମହୋତ୍ସବ ସନ୍ତୋଷ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ବାଙ୍କୀ କେନ୍ଦ୍ରୀୟ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ତ୍ରିଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶ୍ରୀ ମ୍ୟୁଜିକାଲ୍ ରାଉରକେଲା ପକ୍ଷରୁ ମେଲୋଡ଼ି ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories