www.samajalive.in
Monday, December 15, 2025
14.1 C
Bhubaneswar

ଆଉଟସୋର୍ସିଂ ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଲୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ରାଜ୍ୟରେ ଅକ୍ଟୋବର ୧୫ ତାରିଖରେ ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରି ସଂପୂର୍ଣ୍ଣ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ଓଡିଶାରେ ଥିବା ଲକ୍ଷାଧିକ ଆଉଟସୋର୍ସିଂ କର୍ମଚାରୀମାନେ ସରକାରଙ୍କ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନ ମାନଙ୍କରେ ଦୀର୍ଘ ୧୦ରୁ ୧୨ବର୍ଷ ହେବ ମାସିକ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି ।

ଜଣେ ରେଗୁଲାର କର୍ମଚାରୀ ସମାନ କାର୍ଯ୍ୟ ତଥା ସମୟ ଦେଇ ମାସିକ ୫୦ରୁ ୬୦ ହଜାର ଟଙ୍କା ବେତନ ପାଉଥିବା ବେଳେ   ଆଉଟସୋର୍ସିଙ୍ଗ   କର୍ମଚାରୀମାନେ ମାସକୁ ୭ରୁ ୮ ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି । ଯାହାକି ଏକ ସମ୍ବେଦନଶୀଳ କଥା । ଏପରିକି ବର୍ଷ ବର୍ଷ ଧରି କାର୍ଯ୍ୟକରୁଥିବା ଏହି କର୍ମଚାରୀମାନଙ୍କୁ ଅଧିକାରୀ ଚାହିଁଲେ ଅତି ସାଧାରଣ ଭାବରେ ଚାକିରିରୁ ବହିଷ୍କାର କରିଦେଉଛନ୍ତି । ସରକାର ଯଦି ଆଉଟସୋର୍ସିଂ ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଓ ଚାକିରିରୁ ବହିଷ୍କାର ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ସେମାନେ ଦାବିକରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories