www.samajalive.in
Monday, December 15, 2025
15.1 C
Bhubaneswar

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ଆକଳନ ଆରମ୍ଭ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୩୧୧୫ ତା. ୧୭.୧୦.୨୦୨୨ ରିଖ ଅନୁଯାୟୀ ଶିକ୍ଷଣ ପରିପୂରଣ କାଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି କାଯ୍ୟକ୍ରମ ଚଳିତ ମାସ ୧୧ ତାରିଖଠାରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛି। ଏହି କାଯ୍ୟକ୍ରମ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ୫୦ଟି କାର୍ଯ୍ୟ ଦିବସ ସମ୍ବଳିତ ଏହି କାର୍ଯ୍ୟକ୍ରମରେ ଗଣିତ, ଇଂରାଜୀ, ବିଜ୍ଞାନ ଏବଂ ଓଡିଆ (କେବଳ ତୃତୀୟ ଶ୍ରେଣୀ ପାଇଁ) ବିଷୟର ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି। ଏଥି ନିମନ୍ତେ ଦିବସ ଅନୁଯାୟୀ କାର୍ଯ୍ୟସୂଚୀ ଶିକ୍ଷକମାନଙ୍କୁ ତାଲିମ ପଦାନ କରାଯାଇଛି। ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକମାନ ନିର୍ଦ୍ଧାରଣ କରାଯାଇଛି। ଏହା ଏକ ସମୟଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଶତପ୍ରତିଶତ ଉପସ୍ଥାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମସ୍ତ ଜିଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ, ଜିଲା, ବ୍ଲକ ଓ କ୍ଲଷ୍ଟର ସ୍ତରରେ ତଦାରଖ ପାଇଁ ମନୋନୀତ ସଂସ୍ଥା ଦ୍ୱାରା ୱେବପୋର୍ଟାଲ ଏବଂ ମୋବାଇଲ ଆପର ବ୍ୟବହାର କରାଯାଉଛି । ଏହାର ସଠିକ ବ୍ୟବହାର ନିମନ୍ତେ ଜିଲ୍ଲା ସ୍ତରର ଅଧିକାରୀ ତଥା ସଂଯୋଜକମାନଙ୍କୁ ତାଲିମ ଦିିଆଯାଇଛି । ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ଅବଗତି ନିମନ୍ତେ ପିଟିଏ ଏବଂ ଏସଏମସି ବୈଠକର ଆୟୋଜନ କରିବାକୁ ପରାମର୍ଶ ଦିିଆଯାଇଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ଜିଲା ସ୍ତରର ଡିଆରଏମ ବୈଠକରେ ଆଲୋଚନା ପାଇଁ ନିର୍ଦେଶ ଦିିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟବର୍ତ୍ତୀକାଳୀନ ଆକଳନ ଏବଂ ଅନ୍ତିମକାଳୀନ ଆକଳନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମଧ୍ୟବର୍ତ୍ତୀକାଳୀନ ଆକଳନ ତା. ୧୭.୧୧.୨୨ ରିଖଠାରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛି। ଏହି ଆକଳନ ତା. ୧୯.୧୧.୨୨ ରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟମାନଙ୍କରେ କରାଯିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories