ଆଠଗଡ : ପ୍ରାଚୀନକାଳରୁ ଧର୍ମୀୟ ଭାବନାକୁ ଜାଗ୍ରତ କରିବା ଉଦ୍ଦେେଶ୍ୟରେ ଗତ ଦୁଇ ପୁରୁଷ ଧରି ଅର୍ଥାତ୍ ଶହେ ବର୍ଷରୁ ଅଧିକ ସମୟ ହେବ ଆଠଗଡ ଗୋପବନ୍ଧୁ ଛକ ନିକଟବର୍ତ୍ତୀ କୈବର୍ତ୍ତ ସାହିରେ ପ୍ରଥମାଷ୍ଟମୀରେ ମେଳା ନିଷ୍ଠା ଓ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ମଧ୍ୟ କୈବର୍ତ୍ତ ସାହି ପକ୍ଷରୁ ବୁଧବାର ପ୍ରଥମାଷ୍ଟମୀ ତିଥିରେ ସଂକୀର୍ତ୍ତନ ନାମଯଜ୍ଞ ଓ ମେଳା ଆୟୋଜିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ନିକଟ ସାମନ୍ତ ସାହି ମନ୍ଦିରରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ଏକ ବିମାନରେ ଆଣି ଗୋପବନ୍ଧୁ ଛକଠାରେ ମେଳା ସ୍ଥଳରେ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରିବା ପରେ ସଂକୀର୍ତ୍ତନ ମେଳା ଆରମ୍ଭ ହୋଇଥିଲା । ଶ୍ରୀ ରାଧାଗୋବିନ୍ଦ ସଂକୀର୍ତ୍ତନ ମହାମଣ୍ଡଳର ସଭାପତି ଅଜୟ କୁମାର ଦାସ ଓ ସଂପାଦକ ସୁଧାକର ରାଉତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ତଇଳାମାଳ, ନଣ୍ଡାଇଲୋ ଓ ବାସୁଦେବପୁରର ୩ଦଳ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ। ରାତିରେ ସେଠାରେ ଅନୁଷ୍ଠିତ ହରିହାଟରେ ୫୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ହୃଷିକେଶ ବେହେରା, ରଘୁନାଥ ବେହେରା, ଜ୍ଞାନରଞ୍ଜନ ବେହେରା, ସୁଦର୍ଶନ ବେହେରା, ସତ୍ୟରଞ୍ଜନ ବେହେରା, କିଶୋର କୁମାର ବେହେରା, ରାଜୀବ ଲୋଚନ ବେହେରା, ସୁଶାନ୍ତ କୁମାର ବେହେରା, ଚିତ୍ତରଞ୍ଜନ ବେହେରା, କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ କୈବର୍ତ୍ତ ସାହିର ସମସ୍ତ ବାସିନ୍ଦା ଏହି ଆଧ୍ୟାତ୍ମିକ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
Popular Categories



