ମେଷ: ଶତ୍ରୁର ଦର୍ପଦଳନ କରି ଆଶ୍ବସ୍ତ ହେବେ। ପ୍ରବଳ ପ୍ରତାପୀ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବହୁ ଧାନ୍ୟାଦି ଖାଦ୍ୟ ସାମଗ୍ରୀର ମାଲିକ ହେବେ। କୁକର୍ମରୁ ନିବୃତ୍ତ ରହିବେ।
ବୃଷ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନାଦିରେ ମଣ୍ଡିତ ହୋଇପାରନ୍ତି। ଯାନବାହନ ସୁଖ ଅଛି। ସରକାରୀ ଧନ ମିଳିପାରେ।
ମିଥୁନ: ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସରକାରୀ ସ୍ତରରୁ ସମ୍ମାନ ମିଳିପାରେ। ସର୍ବତ୍ର ସୁଖ, ବିଜୟ, ମାନସିକ ଅଶାନ୍ତି ଦୂର ହେବ। ରାଜନୀତି କ୍ଷେତ୍ରରେ ନେତୃତ୍ବ ନେଇପାରନ୍ତି। ଯଶସ୍ବୀ ହେବେ।
କର୍କଟ: ରାଜତୁଲ୍ୟ ଉଚ୍ଚାସନ ଲାଭ କରିପାରନ୍ତି। ନ୍ୟସ୍ତ ଦାୟିତ୍ବ ଉତ୍ସାହପ୍ରଦ ହେବ। ପରୋପକାରୀ ହେବେ। ବିଭିନ୍ନ ପ୍ରକାର ଧନଲାଭର ସୂଚନା ମିଳୁଛି। ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହେବେ।
ସିଂହ: ଶତ୍ରୁନାଶ, ଧନଭୋଗ, ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହେବେ। ବାହୁରେ ପୀଡ଼ା ଉପୁଜିପାରେ। ସାହସୀ ହେବେ। ନ୍ୟାୟବାନ୍ ହୋଇପାରନ୍ତି। ଧୈର୍ଯ୍ୟବାନ୍ ହେବେ। ଧର୍ମକାର୍ଯ୍ୟରେ ରୁଚି ରହିବ।
କନ୍ୟା: ଅଭୀଷ୍ଟ ସିଦ୍ଧି ପାଇଁ ସତ୍ପଥଗାମୀ ହେବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଚତୁଷ୍ପଦ ପ୍ରାଣୀ ମନରେ ଖୁସିର ସଞ୍ଚାର କରିବ। ଜନ ସମର୍ଥନ ମିଳିବ।
ତୁଳା: ସୁସ୍ଥ ଓ ନୀରୋଗ ଶରୀର ସମ୍ପନ୍ନ ହେବେ। ମନେର ପ୍ରସନ୍ନତା ଭାବ ଦେଖାଦେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦରେ ବିଜୟୀ ହେବେ।
ବିଛା: ପରିଧାନ ନିରାଡ଼ମ୍ବରପୂର୍ଣ୍ଣ ହେବ। ବ୍ରହ୍ମ ଉପାସକ ହେବେ। ପ୍ରଭୂତ ସୁଖର ଅଧିକାରୀ ହେବେ। ଭୂସମ୍ପତ୍ତି ପ୍ରାପ୍ତିର ସୂଚନା ମିଳୁଛି। ଧୈର୍ଯ୍ୟବାନ୍ ହେବେ। ଦୃଢ଼ ମନୋବଳସମ୍ପନ୍ନ ହେବେ। କର୍ମବୀର ହେବେ।
ଧନୁ: ସୁଭାଷୀ ହେବେ। ଉତ୍ତମ ବିଦ୍ୟାର ଅଧିକାରୀ ହୋଇପାରନ୍ତି। ଶାରୀରିକ ଗଠନ ଦର୍ଶନୀୟ ହେବ। ତେଜୀୟାନ ହେବେ। କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି।
ମକର: ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଜନାଦୃତ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସଦ୍ଭାବସମ୍ପନ୍ନ ହେବେ। ଶତ୍ରୁବିନାଶ କରିବାରେ ପାରଙ୍ଗମ ହେବେ। ଦେବ-ଦ୍ବିଜଙ୍କଠାରେ ଦୃଢ଼ ଭକ୍ତିଯୁକ୍ତ ହେବେ।
କୁମ୍ଭ: ବିଦ୍ୟାବାନ୍ ହେବେ। ଗୁଣୀ ଓ ଚତୁର ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। ମଧୁରଭାଷୀ ହେବେ। ପରୋପକାରୀ ହେବେ। ପଦପଦବୀଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମୀନ: ଧନସମ୍ପଦର ପ୍ରାଚୁର୍ଯ୍ୟରେ ବୁଡ଼ି ରହିପାରନ୍ତି। ବିଦ୍ବାନ୍ ହେବେ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦେବ-ଦ୍ବିଜ ଭକ୍ତ ହୋଇପାରନ୍ତି। ସୁକୁମାର ରୂପ ସମ୍ପନ୍ନ ହେବେ। ସଫଳ ଭବିଷ୍ୟବକ୍ତା ହୋଇପାରନ୍ତି।
ବୁଧବାର ରାଶିଫଳ ୧୬.୧୧.୨୦୨୨
Popular Categories



