www.samajalive.in
Saturday, December 6, 2025
16.1 C
Bhubaneswar

ଆଇଏମଆଇଟି ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଣ୍ଟେସନ କାର୍ଯ୍ୟକ୍ରମ

କଟକ: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନଫର୍ମେଶନ ଟେକ୍ନୋଲୋଜି – ଆଇଏମଆଇଟି ଶିକ୍ଷାନୁଷ୍ଠାନ ପକ୍ଷରୁ ଏମବିଏ, ଏମସିଏ ଏବଂ ଏମଟେକ୍ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ ଓ କୁଶଳତା ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିଥାଏ ବୋଲି ଉପଦେଶ ଦେଇଥିଲେ।

ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମାନସ ରଞ୍ଜନ କବାଟ ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ଛାତ୍ରର ମାର୍ଗ ଅନୁସରଣ କରି ଶିକ୍ଷା ଆହରଣ କରିବା ପାଇଁ ଉପଦେଶ ଦେଇଥିଲେ। ଏମବିଏ ବିଭାଗ ମୁଖ୍ୟ ଡକ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟର ବିଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଇଥିଲେ। ଏମବିଏ ବିଭାଗର ଅଧ୍ୟାପକ ତଥା କୋଡିନେଟର ରଜତ କୁମାର ବଳିଆରସିଂହ ଏବଂ ଏମସିଏ ବିଭାଗର ଅଧ୍ୟାପିକା ତଥା କୋଡିନେଟର ସୁଜାତା ରାୟ ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଏମବିଏ ଏବଂ ଏମସିଏ ପାଠ୍ୟକ୍ରମ ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

- Advertisement -

ଶେଷରେ ଅଧ୍ୟାପିକା ମୌସୁମୀ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଦ୍ୱିତୀୟ ସେମିଷ୍ଟରର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories