www.samajalive.in
Saturday, December 6, 2025
14.1 C
Bhubaneswar

ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ବୁଧବାର ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ସକାଳ ପ୍ରାୟ ୯ଟା ୫୫ ମିନିଟ୍‍ ରେ ଏହି ଝଟକା ଅନୁଭବ ହୋଇଛି । ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ କରାଯାଇଛି ।
ଅଧିକାରୀଙ୍କ ସୂଚନାନୁଯାୟୀ, ଏଯାଏଁ ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି । ମାତ୍ର ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ପୂର୍ବରୁ ନଭେମ୍ବର ୧୦ରେ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୭ ରେକର୍ଡ କରାଯାଇଥିଲା । ସକାଳ ୧୦ଟା୩୧ ମିନିଟ୍‍ ରେ ଅନୁଭବ ହୋଇଥିଲା । ସେହିପରି କିଛି ଦିନ ପୂର୍ବରୁ ନେପାଳରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହାର ଝଟକା ଦିଲ୍ଲୀ, ଲଖନଉ, ମୁରାଦାବାଦ ଭଳି ଅନେକ ସହରରେ ଅନୁଭବ ହୋଇଥିଲା । ରାତି ୨ଟାରେ ହୋଇଥିବା ଏହି ଭୂକମ୍ପରେ ଧନଜୀବନର କ୍ଷୟକ୍ଷତି ହୋଇଥିଲା ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories