www.samajalive.in
Sunday, December 14, 2025
14.1 C
Bhubaneswar

ମଧୁମେହ ରୋଗୀଙ୍କ ପାଦର ଯତ୍ନ

ମଧୁମେହ ରୋଗରେ ପାଦର ବିଶେଷ ଯତ୍ନ ନେବାକୁ ହୋଇଥାଏ। କାରଣ, ଏହା ଉପରେ ଶରୀରର ସମଗ୍ର ଭାର ରହିଥିବା ସହ ଏଥିରେ କ୍ଷତ ହେବାର ଆଶଙ୍କା ଅଧିକ। ବର୍ଷା ଏବଂ ଶୀତଦିନେ ମଧୁମେହ ରୋଗୀ ପାଦର ଅଧିକ ଯତ୍ନ ନେବା ଉଚିତ। ତେଣୁ ରକ୍ତଶର୍କରା ନିୟନ୍ତ୍ରଣରେ ରଖିବା ସହ ଏଭଳି କେତେକ ଦିଗ ପ୍ରତି ଧ୍ୟାନ ରଖିବେ-

ଖାଲି ପାଦରେ ଚାଲନ୍ତୁ ନାହିଁ।
ପାଦରେ କୌଣସି ଫୋଟକା ହେବା, କ୍ଷତ ହେବା, ରକ୍ତ ବାହାରିବା, କୌଣସି ପ୍ରକାର ଦୁର୍ଗନ୍ଧ ହେବା, ପାଦର ଚାପ ପଡୁଥିବା ବିନ୍ଦୁଗୁଡିକରେ କୌଣସି ଜଳାପୋଡା ହେବା କିମ୍ବା ପାଦ ଫୁଲିଥିବା ସମ୍ପର୍କରେ ପ୍ରତିଦିନ ଦୃଷ୍ଟି ଦିଅନ୍ତୁ।
ଜୋତା ବା ଚପଲ ଠିକ୍‌ ହେଉନଥିଲେ ପିନ୍ଧନ୍ତୁ ନାହିଁ। ଢିଲା ଇଲାଷ୍ଟିକ୍‌ ଥିବା ମୋଜା ପିନ୍ଧିବା ସହିତ ହିଁ ଜୋତା ପିନ୍ଧନ୍ତୁ। ସକାଳ ସମୟରେ ନଯାଇ ସନ୍ଧ୍ୟା ବେଳେ ଜୋତା କିଣନ୍ତୁ। ଏହା ପାଦର ସଠିକ୍‌ ମାପ କରାଇଥାଏ। ପିନ୍ଧିବା ପୂର୍ବରୁ ଜୋତା ଭିତର ସଫା କରିବାକୁ ଭୁଲନ୍ତୁ ନାହିଁ ।
ଗୋଡ କିମ୍ବା ପାଦରେ କୌଣସି ପ୍ରକାର ଥଣ୍ଡା କି ଗରମ ସେକ ଦେବା, ବୈଦ୍ୟୁତିକ ହିଟିଂ ପ୍ୟାଡ୍‌ ବ୍ୟବହାର କରିବା ତଥା କୁଣ୍ଡେଇ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ମଲମ ଲଗାଇବାକୁ ମନା କରାଯାଇଛି।
ଭଲ ନଖକଟାରେ ନିୟମିତ ବ୍ୟବଧାନରେ ନଖ କାଟି ସଫା କରନ୍ତୁ।
ପାଦରେ କୌଣସି କ୍ଷତ କିମ୍ବା ଅ​‌େ​‌ସ୍ତ୍ରାପଚାର ହୋଇଥିଲେ ଓଜନିଆ ଜିନିଷ ଧରି ଚାଲିବା ମନା।
ଭ୍ରମଣ କରୁଥିବା ବେଳେ ପାଦରୁ ଚପଲ ବା ଜୋତା ବାହାର କରନ୍ତୁ ନାହିଁ। କୌଣସି ଗରମ ସ୍ଥାନରେ ବା ଗରମ ପାଣିରେ ପାଦ ରଖିବା ତଥା ବହୁସମୟ ପର୍ଯ୍ୟନ୍ତ ଗୋଡ ଉପରେ ଗୋଡ ଛନ୍ଦି ବସିବା ମଧ୍ୟ ଅନୁଚିତ।
ପାଦରେ କୌଣସି ବିଣ୍ଡି ହୋଇଥିଲେ ଏହାକୁ ଆପେ ବ୍ଲେଡ କିମ୍ବା ଛୁରୀରେ କାଟିବା ବିପଜ୍ଜନକ ହୋଇପାରେ।
ଦିନକୁ ଦୁଇଥର ସାବୁନ୍‌ ଏବଂ ପାଣିରେ ପାଦ ଧୋଇ ସଫା କରନ୍ତୁ ଏବଂ ଏହାକୁ ଭଲଭାବେ ଶୁଖିବାକୁ ଦେବା ସହ ମଏଶ୍ଚରାଇଜର ଲଗାଇବା ଉଚିତ।
ଧୂମପାନ କିମ୍ବା ତମାଖୁ ସେବନଠାରୁ ଦୂରେଇ ରହନ୍ତୁ।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories