www.samajalive.in
Sunday, December 14, 2025
19.1 C
Bhubaneswar

ଅଧ୍ୟାପକ କିଶୋରଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଭୁବନେଶ୍ୱର : ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ ସଦସ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ତ୍ରିପାଠୀ ସୋମବାର ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ୱରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ପ୍ରଭାସିନୀ ତ୍ରିପାଠୀ, ଜ୍ୟେଷ୍ଠ କନ୍ୟା ସ୍ୱର୍ଣ୍ଣମୟୀ ତ୍ରିପାଠୀ ଏବଂ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସିଙ୍ଗାପୁରରେ ଥିବା ପୁତ୍ର ସିଦ୍ଧାର୍ଥ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କର ସନ୍ତାନ ସନ୍ତତିଙ୍କ ମଧ୍ୟରେ ଜ୍ୟେଷ୍ଠ କନ୍ୟା ସ୍ୱର୍ଣ୍ଣମୟୀ, ପୁଅ ଆଇପିଏସ୍‌ ସତ୍ୟସୁନ୍ଦର ତ୍ରିପାଠୀ, ଏମ୍‌ସିଏଲର ବରିଷ୍ଠ ପ୍ରବନ୍ଧକ ରତ୍ନା ତ୍ରିପାଠୀ, ସ୍କିଲଜେନ ଗ୍ଳୋବାଲର ସିଇଓ ସିଦ୍ଧାର୍ଥଶଙ୍କର ତ୍ରିପାଠୀ, ମିଣ୍ଡଲାନ୍ସ ସଫ୍ଟୱେର କମ୍ପାନୀର ସିଇଓ ସୁଧାଂଶୁଶେଖର ତ୍ରିପାଠୀ।
ଅଧ୍ୟାପକ ତ୍ରିପାଠୀ ୧୯୩୧ ଜୁଲାଇ ୧୫ ତାରିଖ ବାହୁଡ଼ା ଏକାଦଶୀରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଅଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୬୦ରୁ ୧୯୬୫ ପର୍ଯ୍ୟନ୍ତ ସେ ଗଣିତରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ୧୯୬୫ରେ ସେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସେ ଲୋକସେବକମଣ୍ଡଳର ଆଜୀବନ ସଦସ୍ୟ ଭାବେ ଦୀର୍ଘକାଳ ରହିଥିଲେ। ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସମାଜସେବା ସହିତ ସମ୍ପୃକ୍ତ ଥିଲେ। ସେ ଭାରତ ସେବକ ସମାଜର ସାଙ୍ଗଠନିକ ସମ୍ପାଦକ ସହିତ ‘ସମାଜ’ର ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ୧୯୭୮ରୁ ୧୯୮୦ ପର୍ଯ୍ୟନ୍ତ ଲୋକସେବକ ମଣ୍ଡଳର ସାଧାରଣ ସମ୍ପାଦକ ଥିଲେ। ସେ ମଧ୍ୟ ରିଲିଫ କମିଟିର ଆବାହକ ଭାବେ ଦାୟିତ୍ୱ ତୁଲାଇଥିଲେ।
ତାଙ୍କ ପରଲୋକରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର, ଉପ ସଭାପତି ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ତଥା ପୂର୍ବତନ ଅଧ୍ୟକ୍ଷ ଦୀପକ ମାଲବ୍ୟ, ଓଡ଼ିଶା ଶାଖା କାର୍ଯ୍ୟକାରୀ କମିଟିର ସମ୍ପାଦକ ଭୀମସେନ ଯାଦବ, ଆଜୀବନ ସଦସ୍ୟ ରାଜକିଶୋର ଜେନା, ‘ସମାଜ’ର ସମ୍ପାଦକ କାନନବିହାରୀ ଦାଶ, ମୁଖ୍ୟ ପରିଚାଳକ ଶିବରାମ ମିଶ୍ର, ଯୁଗ୍ମ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।
‘ସମାଜ’ ଭୁବନେଶ୍ବର କାର୍ଯ୍ୟାଳୟ ପକ୍ଷରୁ ସ୍ବର୍ଗତ ତ୍ରିପାଠୀଙ୍କ ମରଶରୀରରେ ମାଲ୍ୟାର୍ପଣ କରାଯାଇଥିବାବେଳେ ବ୍ୟୁରୋ ମୁଖ୍ୟ ପ୍ରସନ୍ନ କୁମାର ପତି, ସନ୍ଦୀପ ମହାପାତ୍ର, ହିମାଂଶୁ କର ପ୍ରମୁଖ ଶେଷଦର୍ଶନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories