ମଙ୍ଗଳବାର ରାଶିଫଳ (୧୫/୧୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Samaja Digital (AH) Last updated Nov 15, 2022 Share ମେଷ : ରାଜନୀତି ବିଶାରଦ ହେବେ। କୂଟନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। କଠିନ ପରିଶ୍ରମୀ ହେବେ। ଶ୍ବଶୁର ଘରୁ ଧନ ଲାଭ ହୋଇପାରେ। ଯୁଦ୍ଧପ୍ରିୟ, ଚତୁର ଓ ଧନଯୁକ୍ତ ହେବେ। ବୃଷ : ଯଶସ୍ବୀ ହେବେ। ବିପଦ ଯେତେ ପ୍ରମାଦପୂର୍ଣ୍ଣ ହେଲେ ବି ନିର୍ଭୟରେ ତା’ର ମୁକାବିଲା କରିବେ। ଧନୀ ଓ ମହାଜନ ହେବେ। ଘରର ମୁରବି ହୋଇପାରନ୍ତି। ପତ୍ନୀ ଗୃହକର୍ମ ନିପୁଣା ହେବେ। ଧର୍ମକ୍ରିୟାରତ ହେବେ। ମିଥୁନ : ପରୋପକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ନୂତନ ବିଷୟର ଅନୁସନ୍ଧାନକାରୀ ହୋଇପାରନ୍ତି। ଧର୍ମକାର୍ଯ୍ୟ କରି ସୁଖଭୋଗ କରିବେ। କର୍କଟ : ବିବାହ ବିଳମ୍ବିତ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଓ ସେବାନିପୁଣା ହୋଇପାରନ୍ତି। ସୁଖୀ ହେବେ। ସରକାରଙ୍କଠାରୁ ଧନ ପ୍ରାପ୍ତି ହେବ। ଶତ୍ରୁ ବିଜୟୀ ହୋଇପାରନ୍ତି। ଧାର୍ମିକ ଓ ତେଜସ୍ବୀ ହୋଇପାରନ୍ତି। ସିଂହ : ଶତ୍ରୁନାଶକ ହେବେ। ନିର୍ବାଚନରେ ସଫଳତା ପାଇବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ଧନବାନ୍, ପୁଣ୍ୟାତ୍ମା, ଈଶ୍ବର ବିଶ୍ବାସୀ, ବଳବାନ୍ ଓ ଉଦ୍ୟୋଗୀ ହେବେ। କନ୍ୟା : ନ୍ୟାୟ ପ୍ରିୟ ହେବେ। ଅନୁସନ୍ଧାନକାରୀ ହେବେ। ସ୍ବାଭିମାନୀ ହେବେ। ଦେବୀ ଭକ୍ତ ହୋଇପାରନ୍ତି। ଉତ୍ତମ ଲେଖକ ହେବେ। ଜ୍ୟୋତିର୍ବିଜ୍ଞାନୀ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଭ୍ରାତୃ ସହଯୋଗ ପାଇବେ। Related Posts ହରଭଙ୍ଗାରେ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା… Mar 27, 2023 ସରକାରୀ ଜାଗା ଚିହ୍ନଟ ପାଇଁ ଦାବି Mar 27, 2023 ତୁଳା : ଧନବାନ୍ ହେବେ। ସ୍ବାସ୍ଥ୍ୟପ୍ରଦ ଗୃହରେ ବାସ କରିବେ। ଯଶସ୍ବୀ ହେବେ। ସୁନାମ ଅର୍ଜନ କରିବେ। ସୁଖବର ପାଇବାର ସୂଚନା ମିଳୁଛି। ପୈତୃକ ସମ୍ପତ୍ତି ଲାଭ ହେବାର ସମ୍ଭାବନା ରହିଛି। ବିଛା : ଧନାଢ଼୍ୟ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମୋକଦ୍ଦମାରେ ବିଜୟୀ ହେବେ। ପ୍ରତିଯୋଗିତାରେ ବିଜୟୀ ହୋଇପାରନ୍ତି। ଭାଇମାନଙ୍କଠାରୁ ସହଯୋଗ ମିଳିବ। ଯଶସ୍ବୀ ଓ ସଂଯମୀ ହେବେ। ଧନୁ : କୋଇଲା, ଚମଡ଼ା, ମେସିନାରୀ ଓ ତୈଳାଦି ବ୍ୟବସାୟରୁ ଧନ ଲାଭ ହୋଇପାରେ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହେବେ। ପୈତୃକ ସମ୍ପତ୍ତି ଭୋଗ କରିବେ। ଦୟାଳୁ ଓ ନ୍ୟାୟ ପ୍ରିୟ ହେବେ। ମକର : ଧନଲାଭ କରିପାରନ୍ତି। ଶାନ୍ତିପ୍ରିୟ ହେବେ। ସୁସ୍ଥ ଓ ନିରାମୟ ରହିବେ। ରାଜନୀତିରେ ସମୟ ଅତିବାହିତ କରିପାରନ୍ତି। ଶତ୍ରୁ ବିନାଶକ ହେବେ। ପ୍ରଗାଢ଼ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରି ଧର୍ମକାରକ ହେବେ। କୁମ୍ଭ : ସମସ୍ତ ସୁଖସ୍ବାଚ୍ଛନ୍ଦ୍ୟ ଲାଭ କରିବେ। ଗୁପ୍ତ ବିଦ୍ୟାରେ ଅଭୂତପୂର୍ବ ସଫଳତା ପାଇବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ବେଦ, ଉପନିଷଦ ଓ ଧର୍ମଗ୍ରନ୍ଥ ପଠନରେ ମନୋନିବେଶ କରିପାରନ୍ତି। ମୀନ : ରାଜନୀତି କ୍ଷେତ୍ରରେ ଉଚ୍ଚ ଆସନ ଲାଭ କରିପାରନ୍ତି। ମାତୃସ୍ନେହୀ ହେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ବାନ୍ ଓ ରୋଗହୀନ ହେବେ। କ୍ରୋଧୀ ଓ ନୀତିନିଷ୍ଠ ହେବେ। ପ୍ରଜ୍ଞାଶୀଳ ହେବେ। Share FacebookTwitterWhatsApp
Comments are closed.