www.samajalive.in
Monday, December 15, 2025
14.1 C
Bhubaneswar

୩ଦିନ ମଧ୍ୟରେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନ ଚେତାବନୀ

ଆଠଗଡ :  ଆଠଗଡ ନୂଆ ବସଷ୍ଟାଣ୍ଡ ନବୀକରଣ ହେବାର ୧୦ମାସ ବିତିଲା ପରେ ଗତ ଅକ୍ଟୋବର ୨୭ତାରିଖରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‌ଘାଟିତ ହେବାର ୧୭ଦିନ ବିତି ଯାଇଥଲେ ବି ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ । ଏହି ଉଦ୍‌ଘାଟନୀ ସଭାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ନଭେମ୍ବର ୧ତାରିଖରୁ ନବୀକରଣ କରାଯାଇଥିବା ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ ଏବଂ ସମସ୍ତ ବସ ଏହିଠାରୁ ଯାତ୍ରୀ ପରିବହନ କରିବେ ବୋଲି କହିଥିଲେ । ହେଲେ ଏ ପର୍ଯ୍ୟନ୍ତ ନୂଆ ବସଷ୍ଟାଣ୍ଡ ମଧ୍ୟକୁ ଘରୋଇ ବସ ପ୍ରବେଶ କରିନଥିବାବେଳେ ଯାତ୍ରୀମାନେ ବିଶେଷ କରି ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ରୋଗୀ ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ଗଛମୂଳେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବସ୍‌ରେ ଯିବାଆସିବା ପାଇଁ ଛିଡା ହେବା ଦୁଃଖ ଓ ପରିତାପର ବିଷୟ ବୋଲି ଯୁବ ସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପ୍ୟୁଟି କଲେକ୍ଟର ଦୀପ୍ତିମୟୀ ବେହେରାଙ୍କୁ ବସଷ୍ଟାଣ୍ଡକୁ ତୁରନ୍ତ କାର୍ଯ୍ୟକ୍ଷମ କରି ସେଠାରୁ ସମସ୍ତ ଘରୋଇ ବସ ଚଳାଚଳ ପାଇଁ ପଦକ୍ଷେପ ନେବା ଲାଗି ଏକ ସ୍ମାରକପତ୍ର ମାଧ୍ୟମରେ ଶ୍ରୀ ବାରିକ ଓ ତାଙ୍କ ସମର୍ଥକମାନେ ପ୍ରଦାନ କରିଛନ୍ତି । ଆସନ୍ତା ୩ଦିନ ମଧ୍ୟରେ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେଲେ ଜନ ଆନ୍ଦୋଳନ ହେବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ବାରିକ ଚେତାଇ ଦେଇଛନ୍ତି । ଏଥି ସହିତ ଗତ ଅକ୍ଟୋବର ୧୧ତାରିଖରେ ଦିଆଯାଇଥିବା ଗଣଧାରଣା ପରିପ୍ରେକ୍ଷୀରେ ଯେଉଁ ଦାବିଗୁଡିକ ଉପସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ଫନି ବାତ୍ୟାରେ କ୍ଷତିପୂରଣରୁ ବଞ୍ଚିତ ହିତାଧିକାରୀଙ୍କୁ ଏକ ମାସ ମଧ୍ୟରେ ସହାୟତା ରାଶି ପ୍ରଦାନ ଓ ବଳିପୁର ଗ୍ରାମରେ ଗୋଚର ଜମି ଜବରଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇନଥିବାରୁ ଶ୍ରୀ ବାରିକ ଓ ତାଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଗାମୀ ୭ଦିନ ମଧ୍ୟରେ ଦାବିପୂରଣ ନହେଲେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories