www.samajalive.in
Sunday, December 14, 2025
19.1 C
Bhubaneswar

ସର୍ବଭାରତୀୟ ସ୍ତରରେ ବିରଞ୍ଚି ଦାଶ ଶ୍ରେଷ୍ଠ ସଂଗଠକ

କଣ୍ଟାବାଞ୍ଜି: ନିଖିଳ ଭାରତ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନଭେମ୍ବର୧୨ରୁ୧୪ ତିନିଦିନ ବ୍ୟାପୀ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲାସ୍ଥିତ ବୀର ଭଗତସିଂ ୟୁଥ ହଷ୍ଟେଲର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଡ.ଦେବବ୍ରତ ଦେବରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ରତନ ବିଶ୍ୱାସ, ନିର୍ଦ୍ଦେଶକ ସୂଚନା ସଂସ୍କୃତି ବିଭାଗ, ତ୍ରିପୁରା ସରକାର ଯୋଗ ଦେଇଥିଲେ। ଜାତୀୟ ସଂପାଦକ ଅନସାର ଉଲ ହକ ଜାତୀୟ ସମ୍ମିଳନୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ। ୨୦୧୮ରେ ବିରଞ୍ଚି ନାରାୟଣ ଦାଶ କଣ୍ଟାବାଞ୍ଜିର ହରିଭବନଠାରେ ୪୦ତମ ସର୍ବଭାରତୀୟ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଦକ୍ଷତାର ସହିତ ଜଣେ ସମର୍ପିତ ସଂଗଠକ ଭାବେ ସଂପାଦନ କରିଥିବା ସହିତ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ସଦାସର୍ବଦା ସମୟ ଦେଉଥିବାରୁ ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ସଂଗଠକ ଭାବେ ଉପଢୌକନ, ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଛି। ଶ୍ରୀ ଦାଶ ଜଣେ ସଂଗଠକ, ସଂପାଦକ, ଆଦର୍ଶ ଶିକ୍ଷକ, ସମାଜସେବୀ, ପ୍ରକୃତିବନ୍ଧୁ ତଥା ରକ୍ତଦାନ ଶିବିର ପରିଚାଳକ ଭାବେ ବେଶ ଜଣାଶୁଣା। ତାଙ୍କୁ ସମ୍ବର୍ଦ୍ଧନା ମିଳିଥିବାରୁ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ପ୍ରକାଶ ଥାଉକି, ସଂସଦର ଚଳିତ ବର୍ଷ ତିନିବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ ହୋଇଥିଲା। ଖୁସିର କଥା ଓଡ଼ିଶାର ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଡ.ନରେନ୍ଦ୍ର ପ୍ରସାଦ ଦାସ ସଭାପତି, ଡ.ଯୁଗଳ କିଶୋର ଷଡଙ୍ଗୀ, ଉପ ସଭାପତି, ବିରଞ୍ଚି ନାରାୟଣ ଦାଶ ସଂଗଠକ ସଂପାଦକ, ସୁଶ୍ରୀ ସବିତା ଭୋଇ କାର‌୍ୟ୍ୟକାରିଣୀ ସଭ୍ୟା ଭାବରେ ମନୋନୀତ ହୋଇଥିଲେ। ଏହି ଜାତୀୟ ଅଧିବେଶନରେ ଓଡ଼ିଶାରୁ ବିରଞ୍ଚି ନାରାୟଣ ଦାଶ, ଶିଶୁ ସାହିତ୍ୟିକା ସଂଯୁକ୍ତା ପରିଚ୍ଛା, ସବିତା ଭୋଇ ପ୍ରତିନିଧିତ୍ଵ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories