ଫୁଲବାଣୀ: କନ୍ଧମାଳ ଜିଲା ସଦରଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁର୍ଗମ ଡ଼ଙ୍ଗା ଗ୍ରାମର ଆଜି ଘଟିଛି ଏକ ଅଭାବନିୟ ଘଟଣା। ଯୌତୁକକୁ ନେଇ ଦୀର୍ଘଦିନ ହେଲା ଲାଗିରହିଥିଲା ଅଶାନ୍ତି ଆଜି ଉଗ୍ରରୁପ ଧାରଣ କରିଥିବା ବେଳେ ଏଥିରେ ନିଜେ ଶାକୁ ନିଜ ବୋହୁକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବେଳେ ଏଥିରେ ବୋହୁ ଝୁଲଣା ବେହେରାଙ୍କର ବାମ ହାତରେ ଏକ ଆଙ୍ଗୁଠି କଟି ଯାଇଛି। ଗୁରୁତ୍ୱର ଅବସ୍ଥାରେ ଝୁଲଣାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏନେଇ ପିଡ଼ିତାଙ୍କ ଭାଇ ଅଫିସର ପାତ୍ର ସଦରଥାନାରେ ଏକ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ପୁଲିସ୍ କେସ ନଂ ୧୬୨/୨୨ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ସଦରଥାନା ଅଧିକାରୀ ସମୀର କୁମାର ରାଉତ ସୂଚାନ ଦେଇଛନ୍ତି।
ଅଭିଯୋଗ ପ୍ରକାରେ , ଦୀର୍ଘ ୧୧ ବର୍ଷ ତଳେ ଝିଲଣା ଡ଼ଙ୍ଗା ଗ୍ରାମର କୃତିବାସ ବେହେରାଙ୍କ ସହିତ ପ୍ରେମ ବିବାହ କରିଥିଲେ। ବିବାହାର କିଛିଦିନ ଭଲରେ କଟିଥିଲେ ମଧ୍ୟ ପରବର୍ତ୍ତି ସମୟରେ ନିଜେ ସ୍ୱାମୀ ଓ ଶାଶୁ ଯୌତୁକ ଦାବି କରି ବାରମ୍ବାର ନିର୍ଯ୍ୟତନା ଦେଇ ଆସୁଥିଲେ। ଏପରିକି ନିର୍ଯ୍ୟତନାର ଶୀକାର ହେଉଥିବା ବୋହୁ ବାରମ୍ବାର ନିଜ ବାପ ଘରକୁ ମଧ୍ୟ ଚାଲିଆସୁଥିଲା ଓ ପରବର୍ତ୍ତି ସମୟରେ ପୁଣିଥରେ ଶାଶୁଘର ଲୋକେ ତାଙ୍କୁ ନାନା ବାହାନାରେ ଡ଼ଙ୍ଗା ଗ୍ରାମକୁ ନେଇ ନାନା ପ୍ରକାର ନିର୍ଯ୍ୟତନା ଦେଇ ଆସୁଥିଲେ । ରବିବାର ସକାଳେ ପୁଣିଥରେ ଏହି ଯୌତକୁ ନେଇ ଉଭୟ ସ୍ୱାମୀ-ଶାଶୁ ଓ ବୋହୁ ମଧ୍ୟ କଳି ହୋଇଥିବା ବେଳେ ଏହି ସମୟରେ ଉଭୟ ସ୍ୱାମୀ ଓ ଶାଶୁ କୁଆଡ଼େ ଏକ ଧାରୁଆ ଅସ୍ତ୍ରରେ ଝୁଲଣାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବା ବେଳେ ନିଜକୁ ବଞ୍ଚାଇବାକୁ ଯାଇ ଝୁଲଣା ହାତ ଦେଖାଇଦେଇଥିଲା ଫଳରେ ବାମ ହାତରେ ବିଶି ଆଙ୍ଗୁଠି ଟି ସଂପୂର୍ଣ୍ଣଭାବେ କଟିଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।



